www.samajalive.in
Saturday, December 6, 2025
16.1 C
Bhubaneswar

ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନ ସଫା

ଜି.ଉଦୟଗିରି : ବର୍ଷା ଦିନରେ ବିଭିନ୍ନ ସ୍ଥାନରେ ବର୍ଷା ଜଳ ନିଷ୍କାସନ ହୋଇନପାରି ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହେବା ସହ ଧନ ଜୀବନ ନଷ୍ଟ ହେବାର ନଜିର ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ତରଫରୁ ବର୍ଷାଜଳ କିପରି ସହଜରେ ନିଷ୍କାସନ ହୋଇପାରିବ ସେ ନେଇ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ଷା ଆରମ୍ଭରୁ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ସହରରେ ଥିବା ଡ୍ରେନ ଗୁଡିକୁ ସଫା କରାଯାଇଛି, ଯେପରି ବର୍ଷା ଜଳ ସହଜରେ ନିଷ୍କାସନ ହୋଇପାରିବ। ସେଥିପାଇଁ ପରିଷଦର ସଫେଇ କର୍ମଚାରୀମାନେ ଡ୍ରେନ ସଫା କରିବାରେ ଲାଗିପଡିଥିବାବେଳେ  ପୋତି ହୋଇଯାଇଥିବା ଡ୍ରେନ ଉପରୁ ପ୍ଳେଟ ଉଠାଇ ସଫା କରାଯାଇଛି। ଏଥିସହିତ ସହରକୁ ସ୍ବଛ ରଖିବା ଏବଂ ଡେଙ୍ଗୁ ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଅପରିଷ୍କାର ସ୍ଥାନକୁ ମଧ୍ୟ ପରିଷ୍କାର କରାଯାଇଛି ।

କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ ସବୁଠାରୁ ବଡ ବଜାର – ମାର୍କ ଜୁକରବର୍ଗ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories