www.samajalive.in
Monday, December 15, 2025
27.1 C
Bhubaneswar

ବିହାର ଭୋଟର ତାଲିକା: ୬୫ଲକ୍ଷରୁ ଅଧିକ ଭୋଟର ବାଦ୍‌

ନୂଆଦିଲ୍ଲୀ: ବିହାର ଭୋଟର ତାଲିକାର ସ୍ବତନ୍ତ୍ର ସମୀକ୍ଷା କାର୍ଯ୍ୟ (ଏସ୍‌ଆଇଆର) ଶେଷ ହେବା ସହିତ ଭୋଟର ଚିଠା ତାଲିକା ପ୍ରକାଶ ପାଇଛି। ଶୁକ୍ରବାର ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ପ୍ରକାଶିତ ଭୋଟର ଚିଠା ତାଲିକା ପ୍ରକାଶ ପାଇଛି। ରାଜ୍ୟର ୨୪୩ଟି ବିଧାନସଭା କ୍ଷେତ୍ରର ୯୦,୭୧୨ଟି ବୁଥ ଅନୁଯାୟୀ ତାଲିକା ପ୍ରକାଶ ପାଇଛି। ପ୍ରତ୍ୟେକ ଭୋଟର ନିଜର ନାମ ଭୋଟର ତାଲିକାରେ ଅଛି କି ନାହିଁ ତାହା ନିଜ ବୁଥସ୍ତରୀୟ ତାଲିକା ଆଧାରରେ ଯାଞ୍ଚ କରିପାରିବେ। ଭୋଟର ତାଲିକା ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ https://voters.eci.gov.in ରେ ଉପଲବ୍ଧ। ଏହା ସହିତ ପ୍ରତ୍ୟେକ ଜିଲାସ୍ତରୀୟ ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳଙ୍କ ନିକଟକୁ ଏହି ଭୋଟର ତାଲିକା ପଠାଇଛନ୍ତି। ଭୋଟର ଚିଠା ତାଲିକାରେ ମୂଳ ଭୋଟର ତାଲିକାରେ ଥିବା ୬୫ ଲକ୍ଷ ଭୋଟର ବାଦ୍ ପଡିଛନ୍ତି। ବାଦ୍ ପଡିଥିବା ଭୋଟରଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ହୋଇସାରିଛି। ଏହା ସହିତ ଯେଉଁମାନେ ବିହାର ଛାଡି ଚାଲିଯାଇଛନ୍ତି ଓ ଏକାଧିକ ନିର୍ବାଚନମଣ୍ଡଳୀରେ ନାମ ପଞ୍ଜୀକରଣ କରିଛନ୍ତି ସେମାନଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି। ଜାତୀୟ ରାଜଧାନୀ ପାଟନାରେ ସର୍ବାଧିକ ୩.୯୬ ଲକ୍ଷ ଭୋଟର ବାଦ୍‌ ପଡିଛନ୍ତି। ଏହା ପଛକୁ ପୂର୍ବ ଚମ୍ପାରଣରେ ୩.୧୬ଲକ୍ଷ ଓ ଗୋପାଳଗଞ୍ଜରେ ୩.୧୦ ଲକ୍ଷ ଭୋଟର ବାଦ୍‌ ପଡିଛନ୍ତି। ଏସ୍‌ଆଇଆର ସମୟରେ ଜଣାପଡିଥିଲା ଯେ ଭୋଟର ତାଲିକାରେ ୨୨.୩୪ ଲକ୍ଷ ମୃତବ୍ୟକ୍ତିଙ୍କ ନାମ ରହିଛି। ଏହା ସହିତ ୩୬.୨୮ ଲକ୍ଷ ଭୋଟର ବିହାର ରାଜ୍ୟ ଛାଡି ଅନ୍ୟତ୍ର ସ୍ଥାୟୀ ବସବାସ କରୁଛନ୍ତି। ୭.୦୧ ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ରହିଛି।
ଭୋଟର ତାଲିକାକୁ ନେଇ ଭୋଟର କିମ୍ବା ରାଜନୈତିକ ଦଳ ପକ୍ଷରୁ ଯଦି କୌଣସି ଅଭିଯୋଗ ଥାଏ ତେବେ ଏହାକୁ ସେମାନେ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ଇସିଆଇଙ୍କୁ ଜଣାଇପାରିବେ। ଭୋଟର ଚିଠା ତାଲିକାରୁ ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ବାଦ୍‌ ପଡିଥାଏ ତେବେ ସେ ସମ୍ପର୍କରେ ସମ୍ପୃକ୍ତ ଭୋଟର କିମ୍ବା ରାଜନୈତିକ ଦଳଙ୍କ ପକ୍ଷରୁ ଅଭିଯୋଗ କରାଯାଇପାରିବ। ଅଭିଯୋଗ ଆଧାରରେ ଯୋଗ୍ୟ ଭୋଟରଙ୍କ ନାମକୁ ତାଲିକାରେ ସଂଯୁକ୍ତ କରାଯିବ। ସେହିପରି ଯଦି କୌଣସି ଅଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ଥିବ ତେବେ ଏହାକୁ ବାଦ୍ ଦେବାକୁ ମଧ୍ୟ ଆବେଦନ କରାଯାଇପାରିବ। କୌଣସି ଭୋଟରଙ୍କ ନାମ ବା ଅନ୍ୟ ତଥ୍ୟଗତ ତ୍ରୁଟି ଥିଲେ ତାକୁ ମଧ୍ୟ ସଂଶୋଧନ କରାଯିବ। ଯୁବ ଭୋଟର ଯେଉଁମାନେ ଆସନ୍ତା ଅକ୍ଟୋବର ୧ ସୁଦ୍ଧା ୧୮ବର୍ଷରେ ପଦାର୍ପଣ କରିବେ ସେମାନେ ମଧ୍ୟ ନିଜ ନାମ ଭୋଟର ତାଲିକାରେ ସଂଯୋଗ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଫର୍ମ-୬ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଭୋଟରଙ୍କ ଅଭିଯୋଗକୁ ସମାଧାନ କରାଯିବା ପରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଚଳିତବର୍ଷ ଶେଷ ଭାଗରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories