www.samajalive.in
Saturday, December 13, 2025
27.1 C
Bhubaneswar

ବିନା ଅନୁମତିରେ ମୋଦୀଙ୍କ ଭାଷଣର ସିଧା ପ୍ରସାରଣ କରାଯାଇଛି

ଭୁବନେଶ୍ୱର : ନିର୍ବାଚନ ଆଚରଣ ବିଧି ଉଲଂଘନ କରିବା ନେଇ ଆଜି ବିଜେପି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଣି ଥରେ ଫେରାଦ ହୋଇଛି ବିଜେଡି। ନିର୍ବାଚନ ପ୍ରଚାରରେ ଆଜି ଭବାନୀପାଟଣା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣକୁ ବିନା ଅନୁମତିରେ ବିଜେପି ମୋବାଇଲ୍‌ରେ ଭଏସ୍‌ ମ୍ୟାସେଜ୍ ଜରିଆରେ ସିଧା ପ୍ରସାରଣ କରିଛି। ବିଜେଡି ମୁଖପାତ୍ର ଡ଼ ସସ୍ମିତ ପାତ୍ର କହିଛନ୍ତି ଯେ ନିର୍ବାଚନ ସଭାର ପ୍ରସାରଣ ପାଇଁ ମିଡିଆ ସାର୍ଟିଫିକେସନ୍ ଆଣ୍ଡ ମନିଟରିଂ କମିଟି ଠାରୁ ଆଗୁଆ ଅନୁମତି ନେବାର ଆବଶ୍ୟକତା ରହିଛି। କିନ୍ତୁ ବିଜେପି ନିର୍ବାଚନ କମିଶନଙ୍କର ନିର୍ଦେଶକୁ ଅଣଦେଖା କରି ବିନା ଅନୁମତିରେ ମୋଦିଙ୍କ ଭାଷଣକୁ ମୋବାଇଲ୍‌ରେ ପ୍ରସାରଣ କରିଛି। ଏକ ନିର୍ଦ୍ଦିଷ୍ଟ ନମ୍ବରକୁ ଫୋନ୍ କଲେ ମୋଦିଙ୍କ ଭାଷଣର ସିଧା ପ୍ରସାରଣ ଶୁଣିବାକୁ ମିଳୁଥିଲା। ଆଇନ୍ ଅମାନ୍ୟ କରିଥିବାରୁ ବିଜେପି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏ ବାବଦରେ ହୋଇଥିବା ଖର୍ଚ୍ଚକୁ କଳାହାଣ୍ଡି ଲୋକସଭା ଆସନ ପ୍ରାର୍ଥୀ ଓ ଭବାନୀପାଟଣା ବିଧାନସଭା ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚରେ ମିଶାଇବାକୁ ବିଜେଡି ଦାବି କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ଏହି ପ୍ରତିନିଧୀ ଦଳରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ଲେଲିନ୍ ମହାନ୍ତି, ସୁଲତା ଦେଓ ଏବଂ ସୁଲୋଚନା ଦାସ ସାମିଲ୍ ହୋଇଥିଲେ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories