www.samajalive.in
Saturday, December 13, 2025
27.1 C
Bhubaneswar

ଡ. ସବିତା ସୁଆର ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ତରଫରୁ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ମେୟର ପ୍ରାର୍ଥୀ ଭାବେ ଡ. ସବିତା ସୁଆରଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏହାକୁ ଅନୁମୋଦନ କରିଥିବା ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ବ୍ରହ୍ମପୁର ମହାନଗର ନିଗମ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଭୋଟରମାନେ ପ୍ରତ୍ୟକ୍ଷ ଭାବେ ମେୟରଙ୍କୁ ନିର୍ବାଚିତ କରିବେ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ କାର୍ଯ୍ୟଶୈଳୀ ତାଙ୍କୁ ବେଶ୍ ପ୍ରଭାବିତ କରିଛି। ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ବ୍ରହ୍ମପୁର ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ଡ.ସବିତା ସୁଆର ଦଳକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଗତକାଲି ବିଜେଡି ପକ୍ଷରୁ ସଂଘମିତ୍ରା ଦଳେଇଙ୍କୁ ବ୍ରହ୍ମପୁର ମେୟର ପଦ ପାଇଁ ପ୍ରାର୍ଥୀଭାବେ ଘୋଷଣା କରାଯାଇଥିଲା। ତେବେ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଳର ଶେଷ ଦିନ ହୋଇଥିବା ବେଳ କଂଗ୍ରେସ ପକ୍ଷରୁ ଏପର୍ଯ୍ୟନ୍ତ ବ୍ରହ୍ମପୁର ମେୟର ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories