www.samajalive.in
Saturday, December 6, 2025
26.1 C
Bhubaneswar

ହତ୍ୟାକାଣ୍ଡ ଅଭିଯୋଗରେ ଡାକ୍ତର ଗିରଫ

ବ୍ରହ୍ମପୁର: ଡାକ୍ତର ବି ନେଇପାରନ୍ତି ଜୀବନ। ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ତାହା ସତ ବୋଲି ପ୍ରମାଣ ହୋଇଛି। ଜଣେ ଡାକ୍ତର ବ୍ୟାଙ୍କ କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମାଟି ତଳୁ ବ୍ୟାଙ୍କ କର୍ମଚାରୀ ବିଷ୍ଣୁପ୍ରସାଦ ଗୌଡଙ୍କର ମୃତଦେହ ମିଳିବା ପରେ ସମସ୍ତ ଘଟଣା ବିଷୟରେ ଜଣାପଡିଛି। ପ୍ରେମ ଜନିତ କାରଣରୁ ବିଷ୍ଣୁଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ସୋମବାର ଦିନ ଅଭିଯୁକ୍ତ ଡାକ୍ତରକୁ ବ୍ରହ୍ମପୁର ପୁଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ଯେ, ମୃତ ବିଷ୍ଣୁ ଏଚଡିଏଫସି ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ଅଗଷ୍ଟ ୧୮ତାରିଖରୁ ସେ ନିଖୋଜ ହୋଇଯାଇଥିବା ପରିବାର ଲୋକେ  ପୁଲିସ ନିକଟରେ ଅଭିଯୋଗ କରିଥିଲେ। କିଛି ଦିନ ପରେ ବିଷ୍ଣୁଙ୍କର ମୃତଦେହ ମାଟି ତଳୁ ପୁଲିସ ଉଦ୍ଧାର କରିଥିଲା। ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଡାକ୍ତରଙ୍କ କ୍ଲିନିକରେ କାର୍ଯ୍ୟ କରୁଥିବା ଜଣେ ନର୍ସଙ୍କ ସହ ବିଷ୍ଣୁଙ୍କର ପ୍ରେମ ସମ୍ପର୍କ ଥିଲା। ଏକଥା ଡାକ୍ତର ହୃଷିକେଶ ତ୍ରିପାଠୀ ଜାଣିବାକୁ ପାଇଥିଲେ। ତାପରେ ଡାକ୍ତର ଜଣକ ବିଷ୍ଣୁଙ୍କୁ ତିନି ଖଣ୍ଡ କରି ହାଣିବା ପରେ ବଡଗୁମୁଳାରେ ମାଟି ତଳେ ପୋତି ଦେଇଥିଲା। ଏ ହତ୍ୟାକାଣ୍ଡରେ ଡାକ୍ତରର ମାଳୀ ଗଙ୍ଗା ସହଯୋଗ କରିଥିଲା। ପୁଲିସ ସହଯୋଗୀ ଗଙ୍ଗାକୁ ଗିରଫ କରିବା ପରେ ସମସ୍ତ ଘଟଣା ବିଷୟରେ ଜାଣି ପାରିଥିଲା। ବିଷ୍ଣୁଙ୍କ ମୃତଦେହ ନିକଟରୁ ରକ୍ତଭିଜା ଦୁଇଟି ବ୍ଲେଡ ଓ ଗ୍ଲେବସ ଜବତ କରିଥିଲା। ତେବେ ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ସ୍ପଷ୍ଟ କରିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories