www.samajalive.in
Saturday, December 6, 2025
26.1 C
Bhubaneswar

କରତ କଳରେ ବନ ବିଭାଗର ଚଢଉ; ଯନ୍ତ୍ରାଂଶ ଜବତ

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀବ୍ଲକ କେତକୀପାଟଣା ପଞ୍ଚାୟତ ପଦ୍ମପୁରରେ ସ୍ଥିତ ରୁଦୁପୁର ଗ୍ରାମରେ ଥିବା ବେଆଇନ କରତ କଳକୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି। ଏହି କରତ କଳଟି ଦୀର୍ଘ ଦିନ ଧରି ଏଠାରେ ଚାଲୁଥିଲା। ପୁରୀ ବାଲୁଖଣ୍ଡ କୋଣାର୍କ ବ୍ରଦ୍ମଗିରି ଓ ଗୋପ ବନ ବିଭାଗ ରେଞ୍ଜରଙ୍କ ସହିତ ଏସ ସି ଏଫ ରବିନାରାୟଣ ମହାପାତ୍ର ମାଜିଷ୍ଟ୍ରେଟ ତହସିଲଦାର ସମେତ ଶତାଧିକ କର୍ମଚାରୀ ମିଳିତ ଚଢଉ କରିଥିଲେ। ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ବିପୁଳ ପରିମାଣର କାଠ ପଟା ଆଦି ଜବତ କରାଯାଇଛି। ସେହିପରି ଏହି ଅଞ୍ଚଳରେ ରହିଥିବା ବେଆଇନ କରତକଳ ଗୁଡ଼ିକ ଉପରେ ଆଗାମୀ ଦିନରେ ଚଢଉ ଜାରି ରହିବ ବୋଲି ବନ ବିଭାଗ କର୍ମଚାରୀଙ୍କ ଠାରୁ ସୂଚନା ମିଳିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories