www.samajalive.in
Sunday, December 14, 2025
23.1 C
Bhubaneswar

ବହିଷ୍କୃତ ପରେ ବିଧାନସଭାରେ ବଦଳିଲା ଦାମଙ୍କ ଆସନ

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତଙ୍କ ସିଟ୍ ସୋମବାର ବିଧାନସଭାରେ ପରିବର୍ତ୍ତନ ହୋଇଛି । ପୂର୍ବରୁ ଦାମୋଦର ରାଉତ ଡି-୩(D-3) ସିଟ୍ ରେ ବସୁଥିବା ବେଳେ ଆଜିଠାରୁ ଏଫ-୧୦(F-10) ସିଟ୍ ଦିଆଯାଇଛି । ଆଜି ଗୃହରେ ବାଚସ୍ପତି ପ୍ରଦୀପ ଅମାତ ଘୋଷଣା କରିଛନ୍ତି ।

ପଞ୍ଚଦଶ ବିଧାନସଭାରେ ଚତୁର୍ଥ ଥର ପାଇଁ ବିଧାୟକ ଦାମୋଦର ରାଉତଙ୍କ ଆସନ ବଦଳିଛି । ୨୦୧୪ ନିର୍ବାଚନରେ ପାରାଦ୍ୱୀପ ବିଧାନସଭା ଆସନରୁ ନିର୍ବାଚିତ ହୋଇ ମନ୍ତ୍ରୀ ପଦ ପାଇବା ପରେ ସେ ମୁଖ୍ୟମନ୍ତ୍ରୀ ବସୁଥିବା ଧାଡିର ତୃତୀୟ ଆସନରେ ବସୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଦୀପକୁମାର ଅମାତଙ୍କ ଆସନ ଥିଲା। ଶ୍ରୀ ଅମାତ ବାଚସ୍ପତି ହେବା ପରେ ଦାମଙ୍କ ଆସନ ବଦଳିଥିଲା। ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖ ଆସନ ମିଳିଥିଲା। ଗତ ଡିସେମ୍ବର ମାସରେ ମନ୍ତ୍ରିପଦରୁ ବିଦା ହେବା ପରେ ତାଙ୍କୁ ଅନ୍ୟ ଆସନକୁ ପଠାଇ ଦିଆଯାଇଥିଲା। ଏବେ ବିଜେଡିରୁ ବହିଷ୍କୃତ ହେବା ପରେ ସେ ଅସଂଲଗ୍ନ (ଅନ୍‍ ଆଟାଚ୍‍ଡ) ବିଧାୟକ ରହିବେ।

- Advertisement -

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଦାମୋଦର ରାଉତଙ୍କ ବହିଷ୍କୃତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତିଙ୍କୁ ଅବଗତ କରାଇଥିଲେ । ଏହି ଆଧାରରେ ସେ ଆଉ ବିଜେଡି ବିଧାୟକ ଭାବେ ଗଣା ହେବେ ନାହିଁ। ଦାମଙ୍କ ବହିଷ୍କାର ପରେ ଗୃହରେ ଦଳୀୟ ବିଧାୟକଙ୍କ ସଂଖ୍ୟା ୧୧୭କୁ ହ୍ରାସ ପାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories