www.samajalive.in
Friday, December 12, 2025
15.1 C
Bhubaneswar

ମୁହଁମାଡ଼ି ଶୋଇଲେ ବଢ଼ିବ ଅମ୍ଳଜାନ ସ୍ତର

ଭୁବନେଶ୍ୱର: କରୋନା ସଂକ୍ରମିତ ଅମ୍ଳଜାନ ପଛରେ ନ ଦୌଡ଼ି ନିଜ ଶରୀରରେ ଅମ୍ଳଜାନ ସ୍ତର ବଢ଼ାଇବା ଆବଶ୍ୟକ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନର ପୂର୍ବତନ ଡା. କ୍ଷୀରୋଦ କୁମାର ରାଉତ କହିଛନ୍ତି। ଶୁକ୍ରବାର ଡା. ରାଉତ ଗଣମାଧ୍ୟମକୁ କହିଛନ୍ତି ଯେ, ସାମାନ୍ୟ ଧରଣର ଆକ୍ରାନ୍ତମାନଙ୍କ ଠାରେ ଅମ୍ଳଜାନ୍‍ ଅଭାବ ପ୍ରାୟତଃ ଦେଖାଦେଇ ନ ଥାଏ; ମାତ୍ର ସେମାନେ ନିୟମିତ ପ୍ରାଣାୟମ ଭଳି କେତେକ ବ୍ୟାୟାମ କରିବାକୁ ପଡ଼ିବ। ଯଦି ଆକ୍ରାନ୍ତ ମଧ୍ୟମ ବର୍ଗକୁ ଗତି କଲେ ବା ତାଙ୍କଠାରେ ଜଟିଳତା ଦେଖାଦେଲା ତେବେ ସେ ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଗତି ବଢ଼ାଇବା ପାଇଁ କେତେକ ଅଭ୍ୟାସ କରିବାକୁ ପଡ଼ିବ। ତିନି ପ୍ରକାର କଡ଼ ଲେଉଟାଇ ଶୋଇବାକୁ ପଡ଼ିବ। ପ୍ରଥମେ ଅଧଘଣ୍ଟା ମୁହଁଁ ମାଡ଼ି ଶୋଇଲେ ବାୟୁଥଳିରୁ ବିଷାକ୍ତ ବାୟୁ ବାହାରିବାରେ ସହାୟକ ହେବ। ଏହାପରେ ଡାହାଣ ଓ ବାମ କଡ଼ ମାଡ଼ି ଅଧଘଣ୍ଟା ଲେଖାଏଁ ତକିଆ ଦେଇ ଶୋଇବାକୁ ପଡ଼ିବ। ଏହା ପରେ ସେମାନଙ୍କ ଅମ୍ଳଜାନସ୍ତର ଶରୀରରେ ବଢ଼ିବ। ଯଦି ଏସବୁ ଅଭ୍ୟାସ ପରେ ଅମ୍ଳଜାନ ସ୍ତର ନ ବଢ଼ିବ ତେବେ ଯାଇ ସେମାନେ ଡାକ୍ତରଙ୍କୁ ଯୋଗାଯୋଗ କରିବେ କିମ୍ବା ଡାକ୍ତରଖାନା ଯିବା ଆବଶ୍ୟକ ବୋଲି ଡା. ରାଉତ ପରାମର୍ଶ ଦେଇଛନ୍ତି।

- Advertisement -

ସେ କହିଛନ୍ତି ଯେ, କରୋନା ଭୂତାଣୁ ପ୍ରଥମେ ଫୁସ୍‌ଫୁସ୍‌ର ଚାରିପଟକୁ ଅକ୍ତିଆର କରିବାକୁ ଚେଷ୍ଟା କରିଥାଏ। ଯଦି ରୋଗୀର ପ୍ରତିରୋଧକ ଶକ୍ତି ନଥାଏ, ତେବେ ସେଠାରେ ଅମ୍ଳଜାନର ସମସ୍ୟା ଦେଖାଦିଏ। ତେବେ ସାମାନ୍ୟ ଆକ୍ରାନ୍ତ ଥିବା ପ୍ରାୟ ୮୫ ପ୍ରତିଶତ ଲୋକଙ୍କଠାରେ ଅମ୍ଳଜାନ୍‍ସ୍ତର ୯୪ ମାନକ ଉପରେ ରହିଥାଏ। ସେମାନଙ୍କ ପାଇଁ କୌଣସି ଅସୁବିଧା ନାହିଁ। ହେଲେ ନିୟମିତ ବ୍ୟାୟାମ କରିବା ଆବଶ୍ୟକ। ସେହିପରି ମଧ୍ୟମ ବର୍ଗ ରୋଗୀ ଲକ୍ଷଣ ଜାଣିବା କ୍ଷଣି ତାଙ୍କର ବ୍ୟାୟାମ ଆରମ୍ଭ କରିବା କଥା; ନଚେତ୍‍ ପୂର୍ବରୁ ବ୍ୟାୟାମ ଅଭ୍ୟାସ ରଖିବା ଦ୍ୱାରା ଅମ୍ଳଜାନ୍‍ ସ୍ତର କମି ନଥାଏ। ନିଃଶ୍ୱାସ ପ୍ରଶ୍ୱାସ ଶୃଙ୍ଖଳାରୁ ଅମ୍ଳଜାନର ଆବଶ୍ୟକତା ଜଣାପଡିବ। ଯଦି ଜଣେ ଆକ୍ରାନ୍ତ ଲମ୍ବା ନିଃଶ୍ୱାସ-ପ୍ରଶ୍ୱାସ ଛାଡି ପାରୁନାହିଁ, ତେବେ ସେ କ୍ଷେତ୍ରରେ ଆଗାମୀ ଦିନରେ ଅମ୍ଳଜାନର ସମସ୍ୟା ଦେଖା ଦେଇପାରେ। ଏଥିପାଇଁ ସେ ସତର୍କ ରହିବା ଜରୁରୀ, ଭୟଭୀତ ହେଲେ ଅମ୍ଳଜାନ ସ୍ତର କମିବାର ସମ୍ଭାବନା ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories