www.samajalive.in
Monday, December 15, 2025
26.1 C
Bhubaneswar

‘କରୋନା’ ପାଇଁ ଶେୟାର ମାର୍କେଟରେ ଚଡ଼କ: ୧୧୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ, ବୁଡ଼ିଗଲା ୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଚୀନରୁ ବ୍ୟାପିଥିବା ‘କରୋନା’ ଭୂତାଣୁ ଯୋଗୁ ଶେୟାର ବଜାର ପ୍ରଭାବିତ ହୋଇଛି। କେବଳ ଭାରତରେ ନୁହେଁ, ବିଶ୍ଵବ୍ୟାପୀ ଶେୟାର ମାର୍କେଟରେ ଚଡ଼କ ପଡ଼ିଛି। ଶୁକ୍ରବାର ପୂର୍ବାହ୍ନ ୯ଟା ୫୧ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ)ର ସେନସେକ୍ସ ୧୧୬୪ ପଏଣ୍ଟ ତଳକୁ ଖସିଆସି ୩୮,୫୮୧ ପଏଣ୍ଟରେ ରହିଥିଲା। ଅନ୍ୟପଟେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଜେଞ୍ଜ(ଏନଏସଇ)ର ସୂଚକାଙ୍କ ନିଫଟୀ ୩୫୦ ପଏଣ୍ଟ ହ୍ରାସ ପାଇ ୧୧,୨୮୫ ସ୍ତରରେ ରହିଥିଲା। ଘରୋଇ ଶେୟାର ମାର୍କେଟ ନିମ୍ନଗାମୀ ହେବା କାରଣରୁ କିଛି ମିନିଟ୍‌ ମଧ୍ୟରେ ନିବେଶକଙ୍କର ୫ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଥିଲା।

ସୂଚନାଯୋଗ୍ୟ, ଚୀନରୁ ବ୍ୟାପିଥିବା କରୋନା ଭୂତାଣୁ ଯୋଗୁ ପ୍ରାୟ ୪୭ଟି ଦେଶ ପ୍ରଭାବିତ ହୋଇଥିବା କାରଣରୁ ସମଗ୍ର ବିଶ୍ଵର ବାଣିଜ୍ୟ ବଜାରରେ କାରବାର ହ୍ରାସ ପାଇଛି। ଫଳରେ ନିବେଶକମାନେ ଶେୟାର ମାର୍କେଟରୁ ନିଜର ଟଙ୍କା ପ୍ରତ୍ୟାହାର କରିନେଉଛନ୍ତି। ଲଗାତର ୬ଦିନ ଧରି ଶେୟାର ମାର୍କେଟରେ କାରବାର ହ୍ରାସ ଲାଗି ରହିଛି। ଏହି ୬ ଦିନରେ ନିବେଶକମାନଙ୍କର ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିବା ଜଣାପଡ଼ିଛି।

- Advertisement -

ସୂଚନା ଅନୁସାରେ, କରୋନା ଯୋଗୁ ଆମେରିକାର ଶେୟାର ମାର୍କେଟ ୨୦୦୮ ପରଠାରୁ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଆମେରିକୀୟ ଶେୟାର ମାର୍କେଟ ଡାଓ ଜନ୍‌ରେ ୧୧୯୧ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଛି। ସେହିପରି ଦକ୍ଷିଣ କୋରିଆ, ଇଟାଲୀ ଏବଂ ଇରାନରେ ବି କରୋନା ଭୂତାଣୁର ପ୍ରଭାବ ଦେଖାଯାଇଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories