www.samajalive.in
Thursday, December 11, 2025
23.1 C
Bhubaneswar

୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ନ ମିଳିଲେ ଆନ୍ଦୋଳନ ହେବ : ପୂର୍ବତନ ଉପ-ବାଚସ୍ପତି ପ୍ରହଲ୍ଲାଦ ଦୋରା

ମାଲକାନଗିରିର : ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରେ ଧାନ ସଂଗ୍ରହ ପୂର୍ବରୁ ରାଜ୍ୟ କ୍ୟାବିନେଟର ନିଷ୍ପତି ଅନୁଯାୟୀ ଚାଷୀଙ୍କୁ ୭୨ ଘଣ୍ଟା ମଧ୍ୟରେ ଧାନର ମୂଲ୍ୟ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। କିନ୍ତୁ ମାଲକାନଗିରି ଜିଲାରେ ସାଲିମି, କୁଡ଼ୁମୁଲୁଗୁମ୍ମା, କୋରୁକୋଣ୍ଡାମ , ପୋଟେରୁ ଆଦି ବିଭିନ୍ନ ମଣ୍ଡିରେ ସରକାରଙ୍କ ବିଫଳତା ପଦାରେ ପଡ଼ିଛି ବୋଲି ପୂର୍ବତନ ଉପ-ବାଚସ୍ପତି ତଥା ବରିଷ୍ଠ ବି.ଜେ.ପି ନେତା ପ୍ରହଲ୍ଲାଦ ଦୋରା ପ୍ରକାଶ କରିଛନ୍ତି। ଜିଲାପାଳ କୌଣସି ତ୍ରୁଟି ବିଚ୍ୟୁତି ଘଟିଲେ ପରିଚାଳନା ନିର୍ଦ୍ଦେଶକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଏକ ବିଜ୍ଞପ୍ତି ଜାରୀ କରିଥିଲେ। କିନ୍ତୁ କେତେଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇଛି, ତାହାର ଜବାବ ଜିଲ୍ଲାପାଳ ଦେବା ଆବଶ୍ୟକ ବୋଲି ପୂର୍ବତନ ଉପ-ବାଚସ୍ପତି ଶ୍ରୀ ଦୋରା ପ୍ରକାଶ କରିଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ ନ କଲେ ଜିଲାର ହଜାର ହଜାର ଚାଷୀଙ୍କ ସହ ସେ ନିଜେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଗତକାଲି ଶୁକ୍ରବାର ସଂନ୍ଧ୍ୟାରେ ମାଲକାନଗିରିଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସାଲିମି ମଣ୍ଡିରେ ଚାଷୀମାନେ ଗତ ୬୦ ଦିନ ଧରି ଧାନ ରଖି ଶୀତ କାକରରେ ବସି ରହିଥିଲେ ସୁଦ୍ଧା କେହି ଧାନ କ୍ରୟ କରିବାକୁ ଯାଇନଥିବା ସେ ଅଭିଯୋଗ କରିଛନ୍ତି। ଚାଷୀମାନେ ବହୁ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ସରକାର କିମ୍ବା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ସେ ଅଭିଯୋଗ କରିଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories