www.samajalive.in
Wednesday, December 10, 2025
18.1 C
Bhubaneswar

ଓଡ଼ଶା ଗ୍ରାମ ରୋଜଗାର ସେବକ ସଂଘ, ମାଲକାନଗିରି ଜିଲ୍ଲା ଶାଖା ଦ୍ୱାରା ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ

ମାଲକାନଗିରିର : ଓଡ଼଼ିଶା ଗ୍ରାମ ରୋଜଗାର ସେବକ ସଂଘ, ମାଲକାନଗିରି ଜିଲା ଶାଖା ଦ୍ୱାରା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଶ୍ରେଣୀ କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝିଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ସ୍ଥାୟୀ ନିଯୁକ୍ତି ଦାବୀ କରି ଓଡ଼଼ିଶା ଗ୍ରାମ ରୋଜଗାର ସେବକ ସଂଘ ଆହ୍ୱାନ କ୍ରମେ ମାଲକାନଗିରି ଜିଲ୍ଲା ଶାଖା ମଧ୍ୟ ଗତ ସେପ୍ଟେମ୍ବର ୧୫ ତାରିଖରୁ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଚନ୍ତି। ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ବିଭିନ୍ନ ଜନହିକର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମନରେଗା ଯୋଜନାରେ ପୂର୍ବେ ମାଲକାନଗିରି ଜିଲା ରାଜ୍ୟରେ ୩ ନମ୍ବର ଥିବା ବେଳେ ବର୍ତ୍ତମାନ ଏହା ୨୫ ନମ୍ବରକୁ ଖସି ଆସିଛି ବୋଳି ସଂଘ ପକ୍ଷରୁ କୁହାଯାଇଛି। ଏଥିଯୋଗୁଁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ଠପ ହୋଇଯାଇଛି। ତଥାପି ସରକାର ଦାବୀ ପୂରଣ ପାଇଁ ଆଲୋଚନାକୁ ନ ଡାକି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଚାପ ପ୍ରୟୋଗ କରୁଛନ୍ତି। ଡିସେମ୍ବର ୨୧ ରେ ପଞ୍ଚାୟତରାଜ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରୀ କରି ଡିସେମ୍ବର ୨୭ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶକୁ ସାକାରତ୍ମକ କରିବା ପାଇଁ ନିକଟରେ ସୁନ୍ଦରଗଡ଼ ଜିଲାର ୨୨୩ ଜଣଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ତେଣୁ ଦାବୀ ପ୍ରତି ଗୁୁରୁତ୍ୱ ଦେବାକୁ ସଂଘ ପକ୍ଷରୁ ମନ୍ତ୍ରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ତେବେ ଆସନ୍ତା ୧୪ ତାରିଖରେ ଏ ସମ୍ପର୍କରେ ସଂଘର କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମାଝି ପ୍ରତିଶ୍ରୃତି ଦେଇଥିବା ଜଣାପଡ଼ିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories