www.samajalive.in
Saturday, December 13, 2025
17.1 C
Bhubaneswar

ମାଛଧରା ଡଙ୍ଗାରେ ମୃତ୍ୟୁ ଘଟଣା ; ଯାଞ୍ଚ  ପାଇଁ ତଟରକ୍ଷୀ ବାହିନୀର ତଦନ୍ତ ବୋର୍ଡ ଗଠନ

ଭୁବନେଶ୍ବର : ଗହିରମଥା ନିକଟରେ ଶୁକ୍ରବାର ରାତିରେ ଘଟିଥିବା ଦୁର୍ଘଟଣାର ଯାଞ୍ଚ  ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ତଦନ୍ତ ବୋର୍ଡ ଗଠନ କରିଛନ୍ତି। ତଟରକ୍ଷୀ ବାହିନୀ ପକ୍ଷରୁ ଆଜି ଜାରି କରାଯାଇଥିବା ଏକ ପ୍ରେସ ନୋଟରେ କୁହାଯାଇଛି ଯେ, ଗତ ରାତି ପ୍ରାୟ ୦୯.୪୫ ମିନିଟରେ ଗାଢ଼ ଅନ୍ଧାରରେ ଗହିରମଥା ନିକଟରେ ଏକ ମାଛଧରା ବୋଟ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବାର ଜଣା ପଡିଥିଲା। ଏହି ବୋଟର ନାଁ “ମା କାନନ”।

ମାଛଧରା ଡଙ୍ଗାଟି ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖି ତରରକ୍ଷୀ ବାହିନୀର ଏକ ପଇଁତରା ଜାହାଜ ଉଦଘୋଷକ ସାଇରନ, ସର୍ଚ୍ଚ ଲାଇଟ ଏବଂ ଭିଏଚ୍ଏଫ ଜରିଆରେ ସତର୍କ କରାଇ ଦେଇଥିଲେ। ବାରମ୍ବାର ସତର୍କ କରିବା ସତ୍ୱେ ଡଙ୍ଗାଟି ଖସି ଯିବା ପାଇଁ ଚେଷ୍ଟା କରିଥିଲା ଏବଂ ତା’ପଛରେ ଯାଉଥିବା ତଟରକ୍ଷୀ ଜାହାଜର କ୍ଷତି କରିଥିଲା। ଏହାର ଜବାବରେ ତଟରକ୍ଷୀ ଜାହାଜ ଆକାଶକୁ ସତର୍କତାମୂଳକ ଫାୟାର କରିଥିଲା। ଡଙ୍ଗାଟିକୁ ନିୟନ୍ତ୍ରଣକୁ ନେବା ପରେ ତଟରକ୍ଷୀ ବାହିନୀର ନିରାପତାରକ୍ଷୀମାନେ ଡଙ୍ଗା ଭିତରକୁ ପ୍ରବେଶ କରିଥିଲେ। ସେଥିମଧ୍ୟରେ ଜଣେ ଲୋକ ଗୁରୁତର ଆହତ ଅବସ୍ଥାରେ ପଡିଥିବା ନଜରକୁ ଆସିଥିଲା। ତଟରକ୍ଷୀ ବାହିନୀର ପହରାକାରୀ ଦଳ ତତ୍‍କ୍ଷଣାତ ଆହତ ବ୍ୟକ୍ତିକୁ ପାରାଦୀପ ବନ୍ଦର ହସ୍ପିଟାଲକୁ ନେଇଥିଲେ ଏବଂ ସେଠାରେ ତାକୁ ମୃତ ଘୋଷଣା କରାଯାଇଥିଲା। ମୃତ ବ୍ୟକ୍ତି ଜଣକ ମାୟା ମଲ୍ଲିକ ବୋଲି ଜଣାପଡିଛି। ଘଟଣାର ବିଧିବଦ୍ଧ ତଦନ୍ତ ଲାଗି ତଟରକ୍ଷୀ ବାହିନୀ ପକ୍ଷରୁ ଏକ କୋର୍ଟ ଅଫ ଇନକ୍ୱାରୀ ବସାଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories