www.samajalive.in
Wednesday, December 10, 2025
23.1 C
Bhubaneswar

ସଂସଦ ଭବନରେ ଆଜି ପ୍ରଦର୍ଶିତ ହେବ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମର ସମଗ୍ର ଗାଥା ‘ସ୍ୱରାଜ’

ଡେସ୍କ: ଦୂରଦର୍ଶନ ଦ୍ୱାରା ପ୍ରସ୍ତୁତ ‘ସ୍ୱରାଜ : ଭାରତ କେ ସ୍ୱତନ୍ତ୍ରତା ସଂଗ୍ରାମ କି ସମଗ୍ର ଗାଥା’ ଧାରାବାହିକର ସ୍ୱତନ୍ତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ଆଜି ଅଂଶ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଂସଦ ଭବନରେ ଏହାର ପ୍ରଦର୍ଶନ ହେବ। ଏହା ୭୫ ଅଧ୍ୟାୟ ବିଶିଷ୍ଟ ଏକ ଧାରାବାହିକ ଯେଉଁଥିରେ ଦେଶର ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଛି। ପ୍ରତି ରବିବାର ରାତି ୯ଟାରୁ ୧୦ଟା ମଧ୍ୟରେ ଏହା ଦୂରଦର୍ଶନ ନ୍ୟାଶନାଲ୍‍ ଚ୍ୟାନେଲରେ ଗତ ୧୪ ତାରିଖରୁ ପ୍ରସାରିତ ହେଉଛି।

ଏହାକୁ ମଧ୍ୟ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍‍, ମରାଠୀ, ଗୁଜରାତୀ, ଓଡ଼ିଆ, ବେଙ୍ଗଲୀ, ଅସମୀୟା ଓ ଇଂଗ୍ରାଜୀ ଭାଷାରେ ଆସନ୍ତା ୨୦ ତାରିଖରୁ ପ୍ରସାରଣ କରାଯିବ। ୧୪୯୮ରେ ଭାସ୍କୋଡ଼ାଗାମାଙ୍କ ଭାରତରେ ପଦାର୍ପଣଠାରୁ ଘଟଣାବଳୀ ଗୁଡ଼ିକ ଏଥିରେ ସ୍ଥାନିତ ହୋଇଛି। ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବହୁ ସଂଗ୍ରାମୀମାନଙ୍କ ବିଷୟରେ ଏଥିରୁ ଜାଣିବାକୁ ମିଳିବ। ସେମାନଙ୍କ ମଧ୍ୟରେ ରାଣୀ ଅବାକ୍କା, ବକ୍ସି ଜଗବନ୍ଧୁ, ତିରୋଟ ସିଂ, ସିଦ୍ଧୁ ମୁର୍ମୁ ଓ କାହ୍ନୁ ମୁର୍ମୁ, ଶିବପ୍ପା ନାୟକା, କହ୍ନୋଜୀ ଆଙ୍ଗ୍ରେ, ରାଣୀ ଗାଇଡିନ୍‍ ଲିଉ ଓ ତିଲ୍‍କା ମାଝି ଅଛନ୍ତି। ଏହା ବ୍ୟତୀତ ରାଣୀ ଲକ୍ଷ୍ମୀବାଈ, ମହାରାଜ ଶିବାଜୀ, ତାତିଆ ଟୋପେ ଓ ମାଡାମ୍‍ ଭିକାଜୀ କାମାଙ୍କ ବିଷୟରେ ମଧ୍ୟ ଏଥିରୁ ଜାଣିହେବ।

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories