www.samajalive.in
Wednesday, December 10, 2025
23.1 C
Bhubaneswar

ମନ୍ତ୍ରୀଙ୍କ ବନ୍ୟାପ୍ରଭାବିତ କୁଶଙ୍ଗ ପଞ୍ଚାୟତ ପରିଦର୍ଶନ

ହରଭଙ୍ଗା: ବୌଦ୍ଧ ବିଧାୟକ ତଥା ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ବନ୍ୟା ପ୍ରଭାବିତ କୁଶଙ୍ଗ ପଞ୍ଚାୟତର କୁମାରୀ, ତିରଡ, ଅତଲସରା, ମହୁଲଧର ଭଳି ବିଭିନ୍ନ ଗାଁକୁ ଡଙ୍ଗାରେ ଯାଇ ପରିଦର୍ଶନ କରିଛନ୍ତି। ଗାଁ ଲୋକଙ୍କ ସମସ୍ୟା କଥା ସିଧାସଳଖ ପଚାରିବୁଝିବା ସହିତ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କୁମାରୀ, ତିରଡ, ମହୁଲଧର, ତଲସରା ଗାଁ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା। ତାଙ୍କ ଗସ୍ତ ସମୟରେ ତାଙ୍କ ସହିତ ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, କୁଶଙ୍ଗ ସରପଞ୍ଚ ରଣଜିତ ବେହେରା, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ, ଉପସଭାପତି ପ୍ରଦୀପ କୁମାର ସାହୁ, ସଂଜୀବ ଦେହୁରୀ ପ୍ରମୁଖ ସାମିଲ ଥିଲେ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories