www.samajalive.in
Friday, December 5, 2025
27.1 C
Bhubaneswar

ବ୍ୟବହାର କରନ୍ତୁ ନାହିଁ ରୁମ୍ ଫ୍ରେଶ୍ନର : ଶ୍ୱାସକ୍ରିୟାରେ ହୋଇପାରେ  ସମସ୍ୟା

ସମାଜ ବ୍ୟୁରୋ ଡେସ୍କ : ଆମେ ଘର ଏବଂ ଅଫିସକୁ ସୁଗନ୍ଧିତ କରିବା ପାଇଁ ରୁମ୍ ଫ୍ରେଶନର, ପରଫ୍ୟୁମ୍, ସୁଗନ୍ଧିତ ଧୂପ କିମ୍ବା ସୁଗନ୍ଧିତ ମହମବତୀ ବ୍ୟବହାର କରୁ।  କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହି “ସୁଗନ୍ଧ” ଆମ ସ୍ୱାସ୍ଥ୍ୟ ପାଇଁ ଏକ “ନୀରବ ହତ୍ୟାକାରୀ” ବା ସାଇଲେଣ୍ଟ କିଲର ଭାବେ କାମ କରେ ?

ଆମେ ଆମର ଅଧିକାଂଶ ଜୀବନ ଘର ଏବଂ ଅଫିସର ଆବଦ୍ଧ କୋଠରିରେ ବିତାଥାଉ । କୋଠରି ବା ରୁମ୍ ଭିତର ବାୟୁ ପ୍ରାୟତଃ ବାହାର ବାୟୁ ଅପେକ୍ଷା ଅଧିକ ପ୍ରଦୂଷିତ ଥାଏ । କାରଣ ଆମେ ବ୍ୟବହାର କରୁଥିବା ପରଫ୍ୟୁମ୍, ଧୂପ, ରୁମ୍ ଫ୍ରେଶନରରେ ଥିବା ରାସାୟନିକ ପଦାର୍ଥ ରୁମ୍‌ର ବାୟୁରେ ମିଶି ରୁମ୍‌ର ବାୟୁ ପ୍ରଦୂଷିତ କରନ୍ତି ।  ଏପରିକି ଏହି ରାସାୟନିକ ପ୍ରଦୂଷକମାନେ ଅକ୍ସିଜେନକୁ ବିଷାକ୍ତ କରିଥାନ୍ତି । ଯାହା ଆମର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହାର ଅତ୍ୟଧିକ ବ୍ୟବହାର ଘର ଭିତରେ ବାୟୁ ପ୍ରଦୂଷଣକୁ ବୃଦ୍ଧି କରେ ଏବଂ ଏହା ପିଲା, ବୃଦ୍ଧ ଏବଂ ପାଳିତ ପଶୁମାନଙ୍କୁ ସର୍ବାଧିକ ପ୍ରଭାବିତ କରେ । ଏହାକୁ ଅଧିକ ବ୍ୟବହାର କରିବା ଦ୍ଵାରା ଶ୍ୱାସକ୍ରିୟା ସମସ୍ୟା, ଆଲର୍ଜି ଏବଂ ଶ୍ୱାସରୋଗ ମଧ୍ୟ ବୃଦ୍ଧି ହୁଏ । ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଆନ୍ତର୍ଜାତୀୟ କର୍କଟ ରୋଗ ଗବେଷଣା ସଂସ୍ଥା (IARC) ମଧ୍ୟ ଏହାକୁ  କର୍କଟ ରୋଗର କାରଣ ଭାବରେ ତାଲିକାଭୁକ୍ତ କରିଛି । ତେବେ ଜାଣନ୍ତୁ ଏଥିରେ କେଉଁ ସବୁ ବିଷାକ୍ତ ରାସାୟନିକ ପଦାର୍ଥ ଥାଏ , ଆମ ସ୍ଵାସ୍ଥ୍ୟ ପ୍ରତି ଏହାର କି କୁପ୍ରଭାବ ଥାଏ ଏବଂ କିପରି ଏହାର ନିରାକରଣ କରାଯାଇପାରିବ ।

- Advertisement -

ରୁମ୍ ଫ୍ରେସନର୍, ପରଫ୍ୟୁମ୍, କସ୍ମେଟିକ୍ସ , ସଫା କରିବା ସାମଗ୍ରୀ ଏବଂ ସୁଗନ୍ଧିତ ମହମବତୀ ଭଳି ଉତ୍ପାଦରେ ହଜାର ହଜାର ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏଥିରେ ମୁଖ୍ୟତଃ ଦ୍ରାବକ ବା ସଲ୍‌ଭେଣ୍ଟ୍‌ସ, ଷ୍ଟାବିଲାଇଜର୍ସ , UV-ଶୋଷକ, ପ୍ରିଜରଭେଟିଭ ଏବଂ ରଙ୍ଗ ଅନ୍ତର୍ଭୁକ୍ତ, ଯାହା ଘର ଭିତରେ ଥିବା ବାୟୁକୁ ପ୍ରଦୂଷଣ କରେ  । ଏସବୁ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଅଧିକ ସମୟ ରହିଲେ ଆଲର୍ଜି, ଶ୍ୱାସକ୍ରିୟା ସମସ୍ୟା, ହରମୋନ୍ ଅସନ୍ତୁଳନ, କର୍କଟ ଏବଂ ନ୍ୟୁରୋଟକ୍ସିସିଟି ଭଳି ଗମ୍ଭୀର ରୋଗର ଆଶଙ୍କା ବଢ଼ିଥାଏ।

ଏହି ରାସାୟନିକ ପଦାର୍ଥ ଆଖି, ଗଳା ଏବଂ ଫୁସଫୁସରେ ଥିବା ଝିଲ୍ଲୀରେ ଜଳାପୋଡ଼ା କରେ ଏବଂ ଆଖିରେ ଜଳାପୋଡ଼ା, କାଶ ଏବଂ ନିଶ୍ୱାସ ନେବାରେ କଷ୍ଟକର ହୁଏ । ଏହା ଅତ୍ୟଧିକ ହେଲେ ଆଜ୍ମା ଏବଂ ଶ୍ୱାସରୋଗ ସମସ୍ୟା ମଧ୍ୟ ସୃଷ୍ଟି ହୁଏ । ଏହି ରାସାୟନିକ ଗ୍ୟାସ୍ ପାଇଁ ମାଇଗ୍ରେନ୍ ଏବଂ ମୁଣ୍ଡବିନ୍ଧା ମଧ୍ୟ ହୁଏ । ପ୍ଲଗ୍-ଇନ୍ ଏୟାର ଫ୍ରେସନର୍, କପଡ଼ା ସଫ୍ଟନର, ଲଣ୍ଡ୍ରି କ୍ରିଷ୍ଟାଲ୍, ପରଫ୍ୟୁମ୍ ଏବଂ କୋଲୋନ୍ ଭଳି ସାମଗ୍ରୀରେ ଥିବା ରସାୟନ ମସ୍ତିଷ୍କରେ ସମ୍ବେଦନଶୀଳ ସ୍ନାୟୁରେ ପ୍ରତିକ୍ରିୟା ସୃଷ୍ଟି କରେ ଏବଂ ଆରମ୍ଭ ହୁଏ ।  ଫାଥାଲେଟ୍ସ ଏବଂ କିଛି କୃତ୍ରିମ ରାସାୟନିକ ପଦାର୍ଥ ଶରୀରର ହରମୋନ ସନ୍ତୁଳନକୁ ପ୍ରଭାବିତ କରେ, ଯାହା ପ୍ରଜନନ ଏବଂ ମେଟାବୋଲିଜିମକୁ ପ୍ରଭାବିତ କରିପାରେ । ଅତ୍ୟଧିକ ବ୍ୟବହାର ପୁରୁଷ ଏବଂ ମହିଳା ଉଭୟଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଏ । ଶ୍ୱାସରୋଗ କିମ୍ବା ଶ୍ୱାସକ୍ରିୟା ସମସ୍ୟା ଥିବା ଲୋକଙ୍କ ମଧ୍ୟରେ ଏହି ସୁଗନ୍ଧ ଫୁସଫୁସକୁ ଉତ୍ତେଜିତ କରେ, ଯାହା ଫଳରେ କାଶ, ଘୁଂଗୁଡ଼ି ଶବ୍ଦ ଓ ଶ୍ୱାସକ୍ରିୟାରେ କଷ୍ଟ ହୁଏ। ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତି କମ୍ ପରିମାଣରେ ବ୍ୟବହାର କଲେ ମଧ୍ୟ ଆଜ୍ମା ହେବାର ଆଶଙ୍କା ବୃଦ୍ଧିପାଏ । ଏପରିକି ପିଲାମାନଙ୍କ ବିକାଶରେ ମଧ୍ୟ  ସମସ୍ୟା ଆସେ , ଆଚରଣରେ ପରିବର୍ତ୍ତନ ଏବଂ ବୃଦ୍ଧି ବାଧାପ୍ରାପ୍ତ ହୋଇପାରେ। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହୋଇପାରେ, ଯାହା ଦ୍ଵାରା ବାରମ୍ବାର ଅସୁସ୍ଥତା ଦେଖାଯାଏ। ଅତ୍ୟଧିକ ବ୍ୟବହାର କରିବା ଦ୍ଵାରା ହୃଦରୋଗ, ଟାଇପ୍ 2 ମଧୁମେହ, ଯକୃତ ଦୁର୍ବଳତା ଏବଂ ସ୍ମୃତିଶକ୍ତି ହ୍ରାସର ଆଶଙ୍କା ବଢ଼ିପାରେ । ଏହି ରାସାୟନିକ ପଦାର୍ଥଗୁଡ଼ିକ ଶରୀରର ହରମୋନ୍ ଏବଂ ମେଟାବୋଲିକ୍ ପ୍ରଣାଳୀକୁ ମଧ୍ୟ ବିଶେଷ ପ୍ରଭାବିତ କରେ । ଏଥିରେ ଥିବା ଫର୍ମାଲଡିହାଇଡ୍ ଏବଂ କିଛି ଅସ୍ଥିର ଜୈବ ଯୌଗିକ (VOCs) କର୍କଟ ରୋଗର ପ୍ରମୂଖ  । ଏହାସହ ଏଡାର ବ୍ୟବହାର ଫୁସଫୁସ, ଯକୃତ ଏବଂ ଚର୍ମ ସମସ୍ୟା ସୃଷ୍ଟିକରେ । କେବଳ ମଣଷ ନୁହେଁ ଗୃଡ ପାଳିତ ପଶୁମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ । କୁକୁର, ବିଲେଇ ଏବଂ ବିଶେଷକରି ପକ୍ଷୀମାନେ ଛିଙ୍କ, କାଶ, ଚର୍ମ ଜ୍ୱଳନ ରେ ଶୀକାର ହୁଅନ୍ତି ଏବଂ ଅତ୍ୟଧିକ ବ୍ୟବହାର ଦ୍ଵାରା ସେମାନଙ୍କ ଆଚରଣରେ ମଧ୍ୟ ପରିବର୍ତ୍ତନ ହୁଏ।

ତେବେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ ଯେ ଆମେ ଆମର ଘର ବା ଅଫିସ୍‌କୁ କିପରି ସୁଗନ୍ଧିତ କରିବା । ଆପଣ ଘରେ ପ୍ରାକୃତିକ ଏୟାର ଫ୍ରେଶନର ତିଆରି କରି ବ୍ୟବହାର କରି ପାରିବେ ଯାହା ସହଜ, ଶସ୍ତା ଏବଂ ନିରାପଦ। ଏବଂ ଏହାକୁ ଆବଶ୍ୟକତା ଅନୁଯାୟୀ କଷ୍ଟମାଇଜ୍ କରିପାରିବେ । ତେବେ ଜାଣନ୍ତୁ କିପରି ଏହାକୁ ତିଆରି କରିବେ ।

ସାଇଟ୍ରସ୍ ଏବଂ ପୁଦିନା ସ୍ପ୍ରେ : ୩/୪ କପ୍ ପାଣିରେ ୨ ଚାମଚ ରବିଂ ଆଲକୋହଲ, ୧୦ ବୁନ୍ଦା କମଳା ଏବଂ ୮ ବୁନ୍ଦା ପୁଦିନା ଆବଶ୍ୟକୀୟ ତେଲ ମିଶାନ୍ତୁ । ଏହି ମିଶ୍ରଣକୁ ଏକ ସ୍ପ୍ରେ ବୋତଲରେ ଢାଳି ରୋଷେଇ ଘର କିମ୍ବା ଅନ୍ୟାନ୍ୟ ସ୍ଥାନରେ ହାଲୁକା ଭାବରେ ସିଞ୍ଚନ କରନ୍ତୁ। ଏହା ରୋଷେଇ ଘରର ଦୁର୍ଗନ୍ଧ ଦୂର କରେ ।

ଲାଭେଣ୍ଡର ଏବଂ କ୍ୟାମୋମାଇଲ୍ ମିଷ୍ଟ : ୩/୪ କପ୍ ପାଣିରେ ୨ ଚାମଚ ଭାନିଲା ରସ, ୧୦ ବୁନ୍ଦା ଲାଭେଣ୍ଡର ଏବଂ ୫ବୁନ୍ଦା କ୍ୟାମୋମାଇଲ୍ ରସ ମିଶ୍ରଣ କରନ୍ତୁ। ମିଶ୍ରଣକୁ ଏକ ସ୍ପ୍ରେ ବୋତଲରେ ଢାଳି ଶୋଇବା ପୂର୍ବରୁ କୋଠରୀରେ ହାଲୁକା ଭାବରେ ସିଞ୍ଚନ କରନ୍ତୁ।

ଡାଲଚିନି ମିଶ୍ରଣ : ୩/୪ କପ୍ ପାଣିରେ ୨ଚାମଚ ଭାନିଲା ସାର, ୬ବୁନ୍ଦା କମଳା, ୫ବୁନ୍ଦା ଡାଲଚିନି ଏବଂ ୫ବୁନ୍ଦା ଲବଙ୍ଗ ତେଲ ମିଶାନ୍ତୁ । ଏହାକୁ ବାସଗୃହ କିମ୍ବା ଅନ୍ୟାନ୍ୟ ସ୍ଥାନରେ ସ୍ପ୍ରେ କରନ୍ତୁ।

ଚା ତେଲ ଏବଂ ଲେମ୍ବୁ ସ୍ପ୍ରେ : ୩/୪ କପ୍ ପାଣିରେ ୨ଚାମଚ ଭାନିଲା ରସ, ୪ବୁନ୍ଦା ଚା ତେଲ ବା ଟି-ଟ୍ରି ଅଏଲ୍‌ , ୮ବୁନ୍ଦା ଲେମ୍ବୁରସ ଏବଂ ୬ବୁନ୍ଦା ୟୁକାଲିପଟାସ ଓ ଆବଶ୍ୟକିୟ ତେଲ ମିଶାନ୍ତୁ । ଏହା ଦୁର୍ଗନ୍ଧ ଏବଂ ଆର୍ଦ୍ରତା ନିୟନ୍ତ୍ରଣ କରେ।

ଜେଲ୍ ଏୟାର ଫ୍ରେସନର୍ : ୧କପ୍ ଫୁଟୁଥିବା ପାଣିରେ ୨ଚାମଚ ସ୍ୱାଦହୀନ ଜିଲାଟିନ୍ ଦ୍ରବଣ କରନ୍ତୁ । ଏଥିରେ ୨ଚାମଚ ଲୁଣ ଏବଂ ଆପଣଙ୍କ ପ୍ରିୟ ତେଲର ୧୫ବୁନ୍ଦା ମିଶାନ୍ତୁ ।

ବେକିଂ ସୋଡ଼ା ଏବଂ ଏସେନ୍ସିଆଲ୍ ତେଲ : ଏକ ଛୋଟ ଜାରରେ ବେକିଂ ସୋଡ଼ା ସହ ୨୫ବୁନ୍ଦା ଆବଶ୍ୟକୀୟ ସୁଗନ୍ଧ ତେଲ ମିଶାନ୍ତୁ । ଏହାକୁ ଏକ ଛିଦ୍ରିତ ଢାଙ୍କଣ ସହିତ ଘୋଡାନ୍ତୁ । ସୁଗନ୍ଧ ଧୀରେ ଧୀରେ ଘର ସାରା ବିସ୍ତାର କରିବ ।

ଏହିଭଳି ଭାବେ ରାସାୟନିକ-ମୁକ୍ତ ଏବଂ ପରିବେଶ-ଅନୁକୂଳ ଘରୋଇ ଏୟାର ଫ୍ରେସନର୍ ପ୍ରସ୍ତୁତ କରି ଏଗୁଡ଼ିକୁ ବ୍ୟବହାର କରନ୍ତୁ । ଏହା ଆପଣଙ୍କ ଘରକୁ ଏକ ପ୍ରାକୃତିକ ସୁଗନ୍ଧ ପ୍ରଦାନ କରିବା ସହ ଆପଣଙ୍କ ସ୍ଵାସ୍ଥ୍ୟକୁ ମଧ୍ୟ ସୁରକ୍ଷିତ ରଖିବ ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories