ପ୍ରାୟତଃ ଆମେ ସମସ୍ତେ ତମ୍ବା ବାସନର ଉପକାରିତାର ବିଷୟରେ ଅବଗତ। ବିଶେଷ କରି ବହୁତ ଲୋକ ତମ୍ବା ବାସନରେ ପାଣି ପିଇଥାଆନ୍ତି। କାରଣ ଏହାଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। ହେଲେ କ’ଣ ଆପଣ ଜାଣନ୍ତି ଏପରି କିଛି ଖାଦ୍ୟ ଅଛି ଯାହାକୁ ତମ୍ବା ବାସନରେ ରଖି ଖାଇବା ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ। ସେହି ଖାଦ୍ୟଗୁଡ଼ିକୁ ତମ୍ବା ବାସନରେ ରଖିବା ଦ୍ବାରା ତାହା ବିଷ ସହ ସମାନ ହୋଇଯାଇଥାଏ। ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ତମ୍ବା ପାତ୍ରରେ ରଖି ଖାଇବା ଅନୁଚିତ୍ –
ଦହି : ଦହିରେ ଥିବା ତତ୍ତ୍ୱ ତମ୍ବା ସହ ମିଶିବା ପରେ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ଯେଉଁ କାରଣରୁ ଫୁଡ୍ ପଏଜନିଂର ଭୟ ବଢ଼ିଥାଏ।
ଖଟା ଫଳ : ତମ୍ବା ପାତ୍ରରେ କୌଣସି ପ୍ରକାରର ଖଟା ଫଳକୁ ରଖିବା ଦ୍ୱାରା ତାହା ବିଷାକ୍ତ ହୋଇଯାଏ। ଯଦ୍ବାରା ଆପଣଙ୍କୁ ବାନ୍ତି, ମୁଣ୍ଡ ବୁଲାଇବା କିମ୍ବା ଜ୍ବର ଭଳି ସମସ୍ୟା ଦେଖାଦେଇଥାଏ।
ଲେମ୍ବୁ ରସ : ଲେମ୍ବୁ ରସରେ ଥିବା ଏସିଡ୍ ତମ୍ବା ସହି ମିଶିଲେ ତାହାର ପ୍ରତିକ୍ରିୟା ହୋଇଥାଏ। ଏହାଦ୍ୱାରା ଏସିଡିଟି କିମ୍ବା ପେଟ ବ୍ୟଥା ଭଳି ସମସ୍ୟା କରାଇପାରେ।
ଆଚାର : ତମ୍ବା ପାତ୍ରରେ ଆଚାର ରଖିବା ଦ୍ୱାରା ପ୍ରତିକ୍ରିୟା ସୃଷ୍ଟି ହୋଇ ତାହା ବିଷାକ୍ତ ହୋଇଯାଏ। ଏହାଦ୍ୱାରା ଫୁଡ୍ ପଏଜନିଂ ହେବା ସହ ଅନେକ ସମସ୍ୟା ଦେଖାଦେଇଥାଏ।



