ଅଧିକ ଲୁଣ ଖାଉଥିଲେ ସାବଧାନ!

ବିନା ଲୁଣରେ ଖାଦ୍ୟ ଖାଇବା ଏକ ପ୍ରକାର ଅସମ୍ଭବ ହୋଇଥାଏ। କାରଣ ଖାଦ୍ୟ ଯେତେ ସ୍ବାଦିଷ୍ଟ କରି ରାନ୍ଧିଥିଲେ ମଧ୍ୟ ସେଥିରେ ଯଦି ଲୁଣ ପଡ଼ି ନ ଥାଏ ତେବେ ତାହା ସମ୍ପୂର୍ଣ୍ଣ ସ୍ବାଦହୀନ ହୋଇପଡ଼େ। ତେବେ ସବୁ ଜିନିଷ ଯେମିତି ମାତ୍ରାଧିକ ହେଲେ ଖରାପ ହୋଇଥାଏ ସେହିପରି ଆବଶ୍ୟକ ମାତ୍ରାରୁ ଅଧିକ ଲୁଣ ଖାଇଲେ ଅନେକ ସ୍ବାସ୍ଥଗତ ସମସ୍ୟା ଦେଖା ଦେଇଥାଏ।
ଖାଦ୍ୟରେ ଲୁଣ ମାତ୍ରା କମ୍ ବା ଅଧିକ ହେଲେ, ତାହା ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ, ଅଧିକ ମାତ୍ରାରେ ଲୁଣ ଖାଇବା ଦ୍ୱାରା ରକ୍ତଚାପ, ମୋଟାପଣ ଓ ଆଜ୍ମା ଭଳି ରୋଗ ହେବାର ଆଶଙ୍କା ଅଧିକ ଥାଏ। ଅନ୍ୟପକ୍ଷରେ ଖାଦ୍ୟ ପାଖରେ ଅଲଗା ଲୁଣ ରଖି ଖାଇବା ଦ୍ୱାରା ହୃଦ୍ରୋଗ, କିଡ୍ନୀ ରୋଗ ହେବାର ସମ୍ଭାବନା ମଧ୍ୟ ଥାଏ। ସେହିପରି ରନ୍ଧା ଖାଦ୍ୟ ଉପରେ ଲୁଣ ସିଞ୍ଚି ଖାଇଲେ ବଦହଜମୀ ସମସ୍ୟା ଦେଖା ଦେଇଥାଏ।

Comments are closed.