www.samajalive.in
Saturday, December 6, 2025
15.1 C
Bhubaneswar

ଖାଲି ପେଟରେ ଖାଆନ୍ତୁ ନାହିଁ ଏସବୁ ଜିନିଷ: ଦେଖାଦେବ ଜଟିଳ ସମସ୍ୟା

ଏହା ଆମେ ସମସ୍ତେ ଜାଣନ୍ତି ଯେ, ସୁସ୍ଥ, ନିରୋଗ ତଥା ବଳବାନ୍ ରହିବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ନିତାନ୍ତ ଆବଶ୍ୟକ। ଏହା ସହିତ ଖାଦ୍ୟକୁ ଠିକ୍ ସମୟରେ ମଧ୍ୟ ଖାଇବା ଉଚିତ। କାରଣ କୌଣସି ଖାଦ୍ୟକୁ ଭୁଲ ସମୟରେ ଖାଇଲେ, ତାହା ଶରୀର ଉପରେ ଭଲ ପ୍ରଭାବ ପକାଇବା ପରିବର୍ତ୍ତେ ଅନେକ କୁପ୍ରଭାବ ପକାଇଥାଏ। ତେବେ ଏପରି କିଛି ଖାଦ୍ୟ ପଦାର୍ଥ ଅଛି, ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ। ଆସନ୍ତୁ ଜାଣିବା ସେ ବିଷୟରେ –

-କିଛି ଲୋକ ସକାଳୁ ଉଠିବା ମାତ୍ରେ ମସଲା ଜାତୀୟ ଖାଦ୍ୟ ବା ଚଟ୍ପଟା ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି। ଏପରି ଖାଦ୍ୟ ଖାଇବା ଦ୍ୱାରା ପେଟଜନିତ ସମସ୍ୟା ସୃଷ୍ଟି ହେବା ସହ ଖାଦ୍ୟ ଠିକ୍ ଭାବରେ ହଜମ ହୋଇ ନ ଥାଏ।

- Advertisement -

-କଦଳୀ ସାଧାରଣତଃ ଶରୀର ପାଇଁ ଖୁବ୍ ଲାଭଦାୟକ। କିନ୍ତୁ ଖାଲି ପେଟରେ ଏହାକୁ ଖାଇଲେ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ଖାଲି ପେଟରେ କଦଳୀ ଖାଇବା ଦ୍ୱାରା ଶରୀରରେ ମ୍ୟାଗ୍ନେସିୟମର ମାତ୍ରା ବଢ଼ି ଯାଇଥାଏ। ଯାହାଦ୍ୱାରା ରକ୍ତରେ କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମର ମାତ୍ରାରେ ସନ୍ତୁଳନ ରହି ନ ଥାଏ।

-ଟମାଟୋରେ ଅଧିକ ମାତ୍ରରେ ଅମ୍ଳ ଥାଏ। ଖାଲି ପେଟରେ ଅମ୍ଳ ଭରି ରହିଥିବା ବେଳେ ସେ ସମୟରେ ଟମାଟୋ ଖାଇବା ଦ୍ୱାରା ପେଟ ମଧ୍ୟରେ ପ୍ରତିକ୍ରିୟା ଆରମ୍ଭ ହୋଇ ଯାଇଥାଏ। ଫଳରେ ଷ୍ଟୋନ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ବଢ଼ିଯାଏ।

-ସେହିପରି ଖାଲି ପେଟରେ ଚା’, କଫି ପିଇବା ଉଚିତ ନୁହେଁ।

-ଖାଲି ପେଟରେ ଔଷଧ ସେବନ କରିବା ଉଚିତ ନୁହେଁ। ଏପରି କଲେ ପେଟରେ ଏସିଡ୍ ସମସ୍ୟା ଦେଖା ଦେଇଥାଏ। ଔଷଧ ଖାଇବା ପୂର୍ବରୁ ନିହାତି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories