www.samajalive.in
Saturday, December 6, 2025
14.1 C
Bhubaneswar

ଅଧିକ ଗରମ ଚା’ ପିଉଥିଲେ ସାବଧାନ! ହୋଇପାରେ ଏହି ମାରାତ୍ମକ ରୋଗ

ସାଧାରଣତଃ ଚା’ ପିଇବାକୁ ଅଧିକାଂଶ ଲୋକ ଭଲପାଆନ୍ତି। କେହି କେହି ତ ଗୋଟିଏ ଦିନ ବି ଚା’ ନ ପିଇ ରହିପାରନ୍ତି ନାହିଁ। ଅଳସୁଆ ଲାଗୁଥିଲେ ଟିକିଏ ଚା’ ପିଇଦେଲେ ତତ୍‍କ୍ଷଣାତ୍‍ ସତେଜ ଅନୁଭୂତ ହୋଇଥାଏ। କେବଳ ଶାରୀରିକ ନୁହେଁ କେତେକ କ୍ଷେତ୍ରରେ ଏହା ମାନସିକ ସ୍ତରରେ ମଧ୍ୟ ଶାନ୍ତି ପ୍ରଦାନ କରିଥାଏ। ହେଲେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଅତ୍ୟଧିକ ଗରମ ଚା’ ପିଇବା ଶରୀର ପାଇଁ ମାରାତ୍ମକ ସାବ୍ୟସ୍ତ ହୋଇପାରେ। ଯଦି ଆପଣ ମଧ୍ୟ ଅଧିକ ଗରମ ଚା’ ପିଇବାର ଅଭ୍ୟସ୍ତ ତେବେ ଜାଣି ରଖନ୍ତୁ ଏହାର ଅପକାରିତା ବିଷୟରେ –

ପ୍ରାୟ ସମସ୍ତେ ଗରମ ଚା’ ପିଇବାକୁ ଭଲପାଆନ୍ତି। ହେଲେ ଏକ ରିସର୍ଚ୍ଚ ଅନୁସାରେ ଚା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ସତ କିନ୍ତୁ ଗରମ ଚା’ ପିଇବା ଦ୍ୱାରା ଶରୀରରେ କ୍ୟାନସର ହେବାର ଆଶଙ୍କା ଥାଏ। ଅଧିକ ପରିମାଣରେ ଗରମ ଚା’ ପିଇବା ଦ୍ୱାରା ଖାଦ୍ୟନଳୀରେ କ୍ୟାନସର ହେବାର ଅଧିକ ଆଶଙ୍କା ଥାଏ।

- Advertisement -

ଅଧିକ ଗରମ ପାନୀୟ ଆମ ଖାଦ୍ୟ ନଳୀ ପାଇଁ କ୍ଷତିକାରକ । ପ୍ରତ୍ୟେକ ଦିନ ୭୫ ଡିଗ୍ରୀ କିମ୍ବା ଏହାଠୁ ଅଧିକ ଗରମ ଥିବା ଚା’ ପିଇବା ଦ୍ୱାରା ଖାଦ୍ୟନଳୀରେ ଇସୋଫେଗଲ୍ କ୍ୟାନସର ହେବାର ଆଶଙ୍କା ଦ୍ୱିଗୁଣା ବଢ଼ିଯାଏ। ତେଣୁ ସବୁବେଳେ ଅଧିକ ଗରମ ଥିବା ଚା ନ ପିଇ ଏହାକୁ ଅଳ୍ପ ଥଣ୍ଡା କରି ପିଇବା ଉଚିତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories