www.samajalive.in
Saturday, December 6, 2025
14.1 C
Bhubaneswar

ରବିବାର ଲଞ୍ଚ୍‍ ହେବ ପ୍ରଥମ ଦେଶୀ ସୋସିଆଲ ମିଡିଆ ଆପ୍‍ ‘ଏଲାଇମେଣ୍ଟ୍‍ସ’

ନୂଆଦିଲ୍ଲୀ: ରବିବାର ଅର୍ଥାତ୍‍ ଜୁଲାଇ ୫ ତାରିଖରେ ଲଞ୍ଚ୍‍ ହେବ ଦେଶର ପ୍ରଥମ ସୁପର୍‍ ସୋସିଆଲ ମିଡିଆ ଆପ୍‍ ଏଲାଇମେଣ୍ଟ୍‍ସ। ବିଶେଷ କଥା ହେଉଛି ଉପରାଷ୍ଟ୍ରପତି ଏମ୍‍ ଭେଙ୍କୟା ନାଇଡୁ ଏହାକୁ ଲଞ୍ଚ୍‍ କରିବେ। ଏହି ଆପରେ ଚାଟିଂ ସହିତ ଅଡ଼ିଓ ଓ ଭିଡିଓ କଲିଂର ସୁବିଧା ମଧ୍ୟ ରହିଛି।

ସୂଚନା ଅନୁସାରେ, ଏଲାଇମେଣ୍ଟ୍‍ସକୁ ହଜାରେରୁ ଅଧିକ ଆଇଟି ପ୍ରଫେସନାଲ୍‍ ମିଶି ପ୍ରସ୍ତୁତ କରିଛନ୍ତି। ତେବେ ଏହି ଆପ୍‍ ଆଗରୁ ହିଁ ଗୁଗଲ୍‍ ପ୍ଲେ ଷ୍ଟୋରରେ ରହିଛି ଓ ଏହାକୁ ୧ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ଼୍‍ ମଧ୍ୟ କରି ସାରିଛନ୍ତି। କିନ୍ତୁ ରବିବାର ବିଧିବଦ୍ଧ ଭାବେ ଏହାକୁ ଉପରାଷ୍ଟ୍ରପତି ଲଞ୍ଚ୍‍ କରିବେ।

- Advertisement -

ଏହି ଆପ୍‍ର ବିଶେଷତ୍ୱ ହେଉଛି, ଏହାର ବ୍ୟବହାରକାରୀଙ୍କ ତଥ୍ୟ ଦେଶରେ ହିଁ ସୁରକ୍ଷିତ ରହିବ ଏବଂ ୟୁଜର୍ସଙ୍କ ବିନା ଅନୁମତିରେ କୌଣସି ତୃତୀୟ ବ୍ୟକ୍ତିକୁ ଦିଆଯିବ ନାହିଁ। ଏହି ଆପ୍‍ ୮ରୁ ଊର୍ଦ୍ଧ୍ବ ଭାରତୀୟ ଭାଷାରେ ଉପଲବ୍ଧ।

ଏହି ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଆର୍ଟ ଅଫ୍‍ ଲିଭିଙ୍ଗ୍‍ର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତ ରହିବେ। ବାବା ରାମଦେବ, ଅଯୋଧ୍ୟା ରାମୀ ରେଡ୍ଡୀ, ସୁରେଶ ପ୍ରଭୁ, ଆର.ଭି ଦେଶପାଣ୍ଡେ, ଅଶୋକ ପି ହିନ୍ଦୁଜା, ଜୀ ଏମ୍‍ ରାଓ, ସଜ୍ଜନ ଜିନ୍ଦଲଙ୍କ ଭଳି ବିଖ୍ୟାତ ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories