www.samajalive.in
Saturday, December 6, 2025
14.1 C
Bhubaneswar

ଟ୍ରମ୍ପଙ୍କ ସାନ ଭାଇ ରବର୍ଟଙ୍କ ପରଲୋକ

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି। ଏ ସମ୍ପର୍କରେ ହ୍ବାଇଟ୍‌ ହାଉସ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ନ୍ୟୁୟର୍କର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। କିନ୍ତୁ କେଉଁ କାରଣ ପାଇଁ ରବର୍ଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତାହା ବିବୃତିରେ କୁହାଯାଇ ନାହିଁ। ରବର୍ଟ ଆମେରିକାର ଜଣେ ପ୍ରଖ୍ୟାତ ବ୍ୟବସାୟୀ। ଟ୍ରମ୍ପ ଭାଇ ଭଉଣୀମାନଙ୍କ ମଧ୍ୟରେ ରବର୍ଟ ସବୁଠୁ ସାନ ଥିଲେ। ସେ ରାଷ୍ଟ୍ରପତି ଟ୍ରମ୍ପଙ୍କର ଅତି ନିକଟତର ରହିଥିଲେ।

ରବର୍ଟ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କର ବ୍ୟକ୍ତିତ୍ଵ ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା। ରାଷ୍ଟ୍ରପତି ଟ୍ରମ୍ପ ଏକଦା କହିଥିଲେ, ତାଙ୍କ ସାନ ଭାଇ ତାଙ୍କ ତୁଳନାରେ ବହୁତ ଶାନ୍ତ ଏବଂ ସରଳ। ତାଙ୍କ ଜୀବନରେ ରବର୍ଟଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଥିଲା। ତାଙ୍କୁ ସେ ଶ୍ରଦ୍ଧାପୂର୍ବକ ‘ହନୀ’ ନାମରେ ଡାକନ୍ତି। ରବର୍ଟ ନିଜର ବ୍ୟାବସାୟିକ ଜୀବନ ୱାଲଷ୍ଟ୍ରିଟ୍‌ର କର୍ପୋରେଟ୍‌ କ୍ଷେତ୍ରରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିଜ ପାରିବାରିକ ବ୍ୟବସାୟରେ ଯୋଗଦେବା ସହିତ ବାପା ଫ୍ରେଡ୍‌ ଟ୍ରମ୍ପଙ୍କ ଅଚଳାଚଳ ସମ୍ପତ୍ତିର ସୁପରିଚାଳନା ଦାୟିତ୍ଵ ସମ୍ଭାଳିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories