www.samajalive.in
Saturday, December 6, 2025
15.1 C
Bhubaneswar

ଚଳଚ୍ଚିତ୍ର ଦୁନିଆରେ ପାଦଦେଲେ ଧୋନୀ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ ଜଗତରୁ ଶନିବାର ଅବସର ଗ୍ରହଣ କରିଛନ୍ତି। ଅଚାନକ ସେ ଏପରି ଘୋଷଣା କରି କ୍ରିକେଟପ୍ରେମୀମାନଙ୍କୁ ଚକ୍କିତ କରିଛନ୍ତି। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ଅପ୍ରତ୍ୟାଶିତ ନୁହେଁ। ପ୍ରାୟ ବର୍ଷେ ହେବ ସେ ଏଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। କାରଣ ସେ କ୍ରିକେଟ ଜଗତରୁ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବାକୁ ବୋଧହୁଏ ଆଗରୁ ନିଷ୍ପତ୍ତି ନେଇସାରିଥିଲେ। ଅମର ଉଜାଲାରେ ପ୍ରକାଶିତ ଏକ ରିପୋର୍ଟରେ ଧୋନୀ ଏକ ଫିଲ୍ମ ଇଣ୍ଡଷ୍ଟ୍ରୀ ଖୋଲିଥିବା ପ୍ରକାଶ କରାଯାଇଛି। ଝାଡ଼ଖଣ୍ଡର କମ୍ପାନୀ ରେଜିଷ୍ଟ୍ରାର କାଗଜପତ୍ରରୁ ଏହି ସୂଚନା ମିଳିଛି। ଧୋନୀଙ୍କ ପତ୍ନୀ ସାକ୍ଷୀ ସିଂ ଏବଂ ସୁରଜ ସିଂହଙ୍କୁ କମ୍ପାନୀର ନିର୍ଦେଶକ କରାଯାଇଛି। ୨୦୧୯ ଜାନୁୟାରୀ ୨୫ରେ ଏହି କମ୍ପାନୀ ଖୋଲାଯାଇଛି, ଯାହାର ନାମ ହେଉଛି ଧୋନୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ୍‌। ଧୋନୀ ଏହା ପୂର୍ବରୁ ବି ଏକ ଏଣ୍ଟରଟେନମେଣ୍ଟ କମ୍ପାନୀ ଚଳାଇବାକୁ ଉଦ୍ୟମ କରିଥିଲେ, କିନ୍ତୁ ସେଥିରେ ତାଙ୍କର କ୍ରିକେଟ ଦୁନିଆର ବିଜନେସ ପାର୍ଟନର ଅରୁଣ ପାଣ୍ଡେ ବି ସାମିଲ ଥିଲେ।

ଓଟିଟି ଏବଂ ଟିଭି କଣ୍ଟେଣ୍ଟ ପ୍ରସ୍ତୁତ କରୁଥିବା ବିଶ୍ଵର ସବୁଠୁ ବଡ଼ କମ୍ପାନୀ ‘ବାନିଜେ’ର ଭାରତୀୟ ଶାଖା ସହିତ ମିଶି ଧୋନୀ ମନୋରଞ୍ଜନ ଜଗତରେ ଏକ ନୂଆ ଢଙ୍ଗରେ ପାଦ ରଖିବାକୁ ପ୍ରସ୍ତୁତି କରିସାରିଛନ୍ତି। ଡିଜନୀ ପ୍ଲସ ହଟ୍‌ଷ୍ଟାର ପାଇଁ ତାଙ୍କ କମ୍ପାନୀ କଣ୍ଟେଣ୍ଟ ପ୍ରସ୍ତୁତ କରିବା ଆରମ୍ଭ କରିସାରିଛି। ସୂଚନାଯୋଗ୍ୟ​‌, ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ମିଶି ନୀରଜ ପାଣ୍ଡେଙ୍କ ନିର୍ଦେଶନାରେ ନିଜର ବାୟୋପିକ୍‌ ପ୍ରସ୍ତୁତ କରିଥିବା ମହେନ୍ଦ୍ର ସିଂହ ଧୋନୀ ଏକଦା କହିଥିଲେ ଯେ, ତାଙ୍କ ନିକଟରେ କହିବା ପାଇଁ ବହୁତ କିଛି ରହିଛି ଏବଂ ସେ ଏସବୁ ଅଡିଓଭିଜୁଆଲ ମାଧ୍ୟମରେ ଦୁନିଆ ସାମ୍ନାକୁ ଆଣିବେ। ଏବେ କୁହାଯାଉଛି ସେ ତାଙ୍କର ଏହି ସ୍ବପ୍ନକୁ ଏବେ ସାକାର କରିବାକୁ ଯାଉଛନ୍ତି।

- Advertisement -

ତେବେ ​‌ଧୋନୀ ତାଙ୍କର ଏହି ନୂଆ କମ୍ପାନୀର କାର୍ଯ୍ୟାଳୟ ମୁମ୍ବଇର ଅନ୍ଧେରୀ ପଶ୍ଚିମରେ ଥିବା ଅଦାନୀ ୱେଷ୍ଟର୍ଣ୍ଣ ହାଇଟ୍ସରେ ଖୋଲିଛନ୍ତି। କରୋନା ସଂକ୍ରମଣ ଆରମ୍ଭ ହେବାର କିଛି ସପ୍ତାହ ପୂର୍ବରୁ ଏହି କାର୍ଯ୍ୟାଳୟର ପୂଜାର୍ଚ୍ଚନା କରାଯାଇଛି। ଧୋନୀ କମ୍ପାନୀର ଲୋଗୋକୁ ବି ଅତି ଆକର୍ଷଣୀୟ ଢଙ୍ଗରେ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ କ୍ରିକେଟ୍‌ ବଲ୍‌କୁ ବି ସ୍ଥାନ ଦିଆଯାଇଛି। ଯେଉଁଥିରୁ ଜଣାପଡ଼ୁଛି ଧୋନୀ କ୍ରିକେଟ ପଡ଼ିଆରୁ ଦୂରେଇ ଯାଇଛନ୍ତି ସତ, କିନ୍ତୁ କ୍ରିକେଟଠାରୁ ନୁହେଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories