www.samajalive.in
Saturday, December 6, 2025
14.1 C
Bhubaneswar

ଏଠି ସବୁ ସମ୍ଭବ: ଦୁଇ କୋଟିର ରାସ୍ତା ଅସରାଏ ବର୍ଷାରେ ଧୋଇଗଲା

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ଗଡମଧୁପୁର ପଂଚାୟତର ପନ୍ତୁରୀ କେନାଲ ବନ୍ଧ ଠାରୁ ଗଡମଧୁପୁର ପଂଚାୟତ ଅଫିସ ପର୍ଯ୍ୟନ୍ତ ନିର୍ମାଣ ଆରଡି ଡିଭିଜନ ଜାରକା ୨ ଅଧିନରେ ଚାଲିଥିବା ରାସ୍ତାକାମରେ ଦୁର୍ନୀତି ଅଭିଯୋଗ ହୋଇଛି। ଦୁଇ କୋଟିର ବ୍ୟୟ ବରାଦରେ ନିର୍ମାଣ ଚାଲିଥିବା ରସ୍ତା ଦୁଇ ଅସରା ବର୍ଷାରେ ଧୋଇଯାଇଛି। ନିମ୍ନ ମାନର କାମ କରାଯାଉଥିବାରୁ ଏଭଳି ହୋଇଥିବା ଦେଖାଯାଉଛି। ଯେନତେନ ପ୍ରକାର କାର୍ଯ୍ୟ ସାରି ବିଲ ଉଠାଣର ଯୋଜନାରେ ଠିକାଦାର। ପୂର୍ବରୁ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାର ତଦନ୍ତ କରିବାକୁ ପିଏମଜିଏସୱାଇ ବିଭାଗର ମୁଖ୍ୟଯନ୍ତ୍ରୀ ଚନ୍ଦ୍ରମଉଳି ପତ୍ତନାୟକ ଓ ଏସ ଇ କେନ୍ଦ୍ରାପଡା ଯାଜପୁର ଇଂ ପ୍ରଶନ୍ନ କୁମାର ସେନାପାତି ପ୍ରଭୃତି ପହଞ୍ଚି ରାସ୍ତା ନିର୍ମାଣର ଅବସ୍ତାକୁ ଅନୁଧ୍ୟାନ କରି ନିର୍ମାଣକୁ ନେଇ ଅସୋନ୍ତଷ ପ୍ରକାଶ କରିବା ସହିତ ସମସ୍ତ ଅଧିକାରୀ ଓ ଠିକାଦରଙ୍କୁ ତାଗିଦ କରିଥିଲେ।

ତେବେ ମୁଖ୍ୟଯନ୍ତ୍ରୀଙ୍କ ନିର୍ଦ୍ଦେଶ ଏସଡିଓ ଏଠାରେ କାର୍ଯ୍ୟକାରୀ କରି ନଥିବା ସ୍ଥାନୀୟ ଅଂଚଳର ଯୁବ କର୍ମୀ ଅଶୋକ କୁମାର ମୁଖି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାଇ ରାସ୍ତାରେ ଡବ୍ଲ୍ୟୁଏମଏମ ବିଛାଇବାକୁ ମୁଖ୍ୟଯନ୍ତ୍ରୀ କଡା ନିର୍ଦ୍ଦେଶ ଦଇଥିଲେ ହେଁ ତାର ବ୍ୟବହାର ନକରି ପୁନଃର୍ବାର ଠିକାଦାର ଠକିବାରୁ ରାସ୍ତା ଭାଙ୍ଗିଛି। ଦୁଇ ମିଟର କଙ୍କ୍ରିଟ ଛଡାଇ ପୁନଃର୍ବାର କଙ୍କ୍ରିଟ କରିବାକୁ କହିଥିଲେ। ତଦନୁଯାଇ କାର୍ଯ୍ୟ ହେଉଛି କି ନାହିଁ ଏସଡିଓ ତାରୁ ତଦନ୍ତ ନକରି ନିର୍ଦ୍ଦେଶକୁ ଅଣଦେଖା କରୁଥିବା ଦେଖାଯାଉଛି। ପେଟି ଠିକାଦାର ଅଭିଯୋଗ ଆନୁଯାଇ ଯୋଉଠି ସମସ୍ୟା ରହିଛି ଆମେ ତାକୁ ପୁନର୍ବାର କରିବୁ ବୋଲି କହି ବେଶ ଚତୁରତାର ସହିତ କାର୍ଯ୍ୟସାରି ବାକୁ ତତ୍ପର ହୋଇଛନ୍ତି। ସମୟ ପୂର୍ବରୁ କାର୍ଯ୍ୟ ସରି ନପାରି ଏବେ ତରବରିଆ ଭାବରେ କାର୍ଯ୍ୟକରୁଛନ୍ତି। ସେପଟେ ଦୀର୍ଘ ଦିନ ଧରି ଶହସ୍ରାଧିକ ଲୋକ ଦୈନିକ ଯାତାୟତ କରୁଥିବା ଉକ୍ତ ରାସ୍ତାରେ ପ୍ରତ୍ୟେକ ଦିନ କାର୍ଯ୍ୟ ଚାଲିଥିବାରୁ ଦୁର୍ଘଟଣା ଘଟିବା ସହିତ ଲୋକେ ନାହିଁ ନଥିବା ହିନସ୍ତା ହେଉଛନ୍ତି। ମୁଖ୍ୟଯନ୍ତ୍ରୀ ପୁନଃର୍ବାର ଏହାର ତଦନ୍ତ କଲେ ସେ ଦେଇଥିବା ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହୋଇଛି ତାହା ଦେଖାଯାଆନ୍ତା ବୋଲି ସାଧାରଣରେ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories