www.samajalive.in
Monday, December 15, 2025
15.1 C
Bhubaneswar

ଟ୍ରମ୍ପ ଆରମ୍ଭ କରିବେ ନୂଆ ସାମାଜିକ ନେଟୱର୍କ ‘ଟ୍ରୁଥ ସୋସିଆଲ’

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନିଜର ଏକ ସାମାଜିକ ନେଟୱର୍କିଂ ମଞ୍ଚ ଗଠନ କରିବେ । ଯାହାର ନାମ ‘ଟ୍ରୁଥ ସୋସିଆଲ’ ରଖାଯାଇଛି । ଆସନ୍ତା ମାସରେ କିଛି ଆମନ୍ତ୍ରିତ ଅତିଥିଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯିବ ବୋଲି ଜଣାଯାଇଛି । ଏ ସମ୍ପର୍କରେ ଏକ ବିବୃତି ଦେଇ ଟ୍ରମ୍ପ କହିଛନ୍ତି ଯେ, ଏହା ଉଦାରବାଦୀ ଗଣମାଧ୍ୟମ ମେଣ୍ଟର ଏକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେବ । ସେ କହିଛନ୍ତି, ଆମେ ଏଭଳି ଏକ ବିଶ୍ୱରେ ବାସ କରୁଛୁ, ଯେଉଁଠାରେ ତାଲିବାନର ଟ୍ୱିଟରରେ ଦମଦାର ଉପସ୍ଥିତି ରହିଛି । ତଥାପି ଆମରେିକାବାସୀଙ୍କର ପ୍ରିୟ ରାଷ୍ଟ୍ରପତି ନୀରବ ରହିଛନ୍ତି । ଏହା ଗ୍ରହଣୀୟ ନୁହେଁ ।
ଟ୍ରମ୍ପ ମିଡିଆ ଆଣ୍ଡ ଟେକନୋଲୋଜି ଗ୍ରୁପ (ଟିଏମଟିଜି) ମାଲିକାନାରେ ପରିଚାଳିତ କମ୍ପାନୀ ଅଧୀନରେ ଭିଡିଓ-ଅନ୍‍-ଡିମାଣ୍ଡ ସେବା ମଧ୍ୟ ପ୍ରଚଳନ କରାଯିବ, ଯେଉଁଥିରେ ଶୁଦ୍ଧ ମନୋରଂଜନ କାର୍ଯ୍ୟକ୍ରମ ସ୍ଥାନ ପାଇବ । ସୂଚନାଯୋଗ୍ୟ ଯେ କ୍ୟାପିଟଲରେ ତାଙ୍କ ସମର୍ଥକମାନେ ଚଳିତ ବର୍ଷ ଜାନୁଆରୀ ୬ ତାରିଖରେ ବ୍ୟାପକ ଭଙ୍ଗାରୁଜା କରିବା ପରେ ଟ୍ରମ୍ପଙ୍କୁ ଟ୍ୱିଟର ଏବଂ ଫେସବୁକରୁ ନିଷେଧ କରାଯାଇ ତାଙ୍କ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଥିଲା । ଏହାପରେ ଟ୍ରମ୍ପ ନିଜସ୍ୱ ଏଭଳି ଏକ ସାମାଜିକ ନେଟୱର୍କିଂ ସଂସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ମଇ ମାସରେ ସେ ଏକ ବ୍ଲଗ ଆରମ୍ଭ କରିଥିଲେ, ଯାହାର ଶୀର୍ଷକ ରଖାଯାଇଥିଲା ‘ଫ୍ରମ ଦି ଡେସ୍କ ଅଫ ଡୋନାଲଡ ଜେ. ଟ୍ରମ୍ପ ।’ ତେବେ ମାସକ ପରେ ଉକ୍ତ ବ୍ଲଗକୁ ବାତିଲ କରିଦିଆଯାଇôଥଲା । ଫେସବୁକ ଓ ଟ୍ୱିଟର ବ୍ୟତୀତ ଇନଷ୍ଟାଗ୍ରାମ, ୟୁଟ୍ୟୁବ ଏବଂ ସ୍ନାପଚାଟରୁ ମଧ୍ୟ ତାଙ୍କୁ ନିଷେଧ କରାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories