www.samajalive.in
Monday, December 15, 2025
15.1 C
Bhubaneswar

ଦୁଇ ଭିନ୍ନକ୍ଷମଙ୍କ ସହ ଅସହାୟ ଜୀବନ ବିତାଉଛନ୍ତି ଡୋଳାମଣି 

ଲକ୍ଷ୍ମୀପୁର : ଅସହାୟ ଜୀବନ ଜୀଉଁଛନ୍ତି ଡୋଳାମଣି । ପରିବାରର ଦୁଇ ଭିନ୍ନକ୍ଷମଙ୍କ ସହ ବିତୁଛି ଅଭିଶପ୍ତ ଜୀବନ। ଡୋଳାମଣିଙ୍କ ଏକମାତ୍ର ଝିଅ ଜନ୍ମରୁ ମୂକ ଓ ବଧିର, ଏବେ ସ୍ବାମୀ ସୀମାଞ୍ଚଳଙ୍କ ଶରୀର ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ଦଶମନ୍ତପୁର ବ୍ଲକର ମୁର୍କାର ଗ୍ରାମରୁ ଜୀବିକା ଅନ୍ବେଷଣରେ ପ୍ରାୟ ୧୫ ବର୍ଷ ତଳେ ସେମାନେ ଲକ୍ଷ୍ମୀପୁର ଆସିଥିଲେ। ସାଥିରେ ଥିଲେ ସ୍ବାମୀ ସୀମାଞ୍ଚଳ ସୁବୁଦ୍ଧି। ଲକ୍ଷ୍ମୀପୁରରେ ଏକ ଚା’ ଦୋକାନ ଟିଏ କରି ପରିବାର ଚାଲିଥିଲା। ହେଲେ କୋଭିଡ଼ ଲକଡାଉନ ଏହି ପରିବାର ଉପରେ ଆଣିଦେଲା ଦୁଖଃର ବୋଝ । କୋଭିଡ଼ ସମୟରେ ପେଟ ପୋଷିବା ପାଇଁ ସ୍ବାମୀ ସୀମାଞ୍ଚଳ ଲକ୍ଷ୍ମୀପୁର ସ୍ଥିତ ଗ୍ରାଫାଇଟ ରିଫାଇନାରୀରେ ଥିବା ସମୟରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ଦିନେ ଜ୍ବରରେ ଆକ୍ରାନ୍ତ ଥିବା ସୀମାଞ୍ଚଳଙ୍କ ହଠାତ ମୁଣ୍ଡ ବୁଲାଇବାରୁ ଚୁଲିରେ ବସିଥିବା ଗରମ ପାଣି ଉପରେ ପଡି ଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ସୀମାଞ୍ଚଳଙ୍କ ଡାହାଣ ହାତ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିବା ନେଇ ଜଣା ପଡିଥିଲା। ଏହା ସହ ସେ ଜ୍ବର ସମୟରେ ଯେଉଁ ଚେତା ହରାଇ ପଡିଥିଲେ ତାହା ତାଙ୍କର ମସ୍ତିଷ୍କକୁ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଥିଲେ। ପ୍ରାୟ ଏକ ମାସ ଧରି ଧାର ଉଧାର କରି ପତ୍ନୀ ଡୋଳାମଣି କୋରାପୁଟ ମେଡିକାଲରେ ଚିକିତ୍ସିତ କରାଇବାକୁ ସକ୍ଷମ ହୋଇଥିଲେ। ଡାକ୍ତର ସୀମାଞ୍ଚଳଙ୍କ ମାନସିକ ଚିକିତ୍ସା କୋରାପୁଟରେ ସମ୍ଭବ ନୁହେଁ ବୋଲି କହିବା ସହ କଟକ ବଡ଼ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ ।
ତେବେ ଅର୍ଥ ଅଭାବରୁ ଡୋଳାମଣି ସ୍ବାମୀଙ୍କୁ ଲକ୍ଷ୍ମୀପୁରକୁ ଫେରାଇ ଆଣିଥିଲେ। ସମୟ ବିତିବା ସହ ଚିକିତ୍ସା ଅଭାବରୁ ସୀମାଞ୍ଚଳଙ୍କ ଶରୀର ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଛି। ସୀମାଞ୍ଚଳ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ କେବଳ ସ୍ତ୍ରୀ ଡୋଳାମଣିଙ୍କ ଉପାର୍ଜନରେ ଘର ଚଳୁଛି । ଡୋଳାମଣି ସ୍ଥାନୀୟ ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟରେ ପାଚିକା ଭାବରେ କାର୍ଯ୍ୟ କରି ଆସୁଥିଲେ କିନ୍ତୁ ସେଠାରୁ ବି ତାଙ୍କୁ ଛଟେଇ କରାଯାଇଛି। ତେଣୁ ଦୁଇ ଜଣ ଭିନ୍ନକ୍ଷମଙ୍କୁ ନେଇ କିଭଳି ସଂସାର ଚଳାଇବେ ସେହି ଆଶା ଆଶଙ୍କାରେ ଡୋଳାମଣି। ଲକ୍ଷ୍ମୀପୁର ବ୍ଲକ ରାସ୍ତାରେ ସେ ଏକ ବଖରିଆ ଭଡା ଘରେ ଜୀବନ ବିତାଉଥିବା ବେଳେ
ସରକାରୀ ସୁବିଧା କହିଲେ ମିଳୁଛି କେବଳ ୧୫ କିଲୋଗ୍ରାମ ଚାଉଳ। ଅନ୍ୟ କୌଣସି ସରକାରୀ ସୁବିଧାରେ ଡୋଳାମଣିଙ୍କୁ ସାମିଲ କରାଯିବା ସହ ତାଙ୍କ ସ୍ବାମୀଙ୍କ ଚିକିତ୍ସା କରାଯିବା ନେଇ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories