www.samajalive.in
Sunday, December 7, 2025
26.1 C
Bhubaneswar

ବାଙ୍କୀରେ ଦୋଳ ମେଲଣ

ବାଙ୍କୀ: ଚଳିତ ବର୍ଷ ପାରମ୍ପରିକ ରୀତି ମତେ ବାଙ୍କୀ ତଥା ବିଭିନ୍ନ ଗ୍ରାମାଞ୍ଚଳରେ ଦୋଳ ମେଲଣ, ହୋଲି ଆଡମ୍ବରପୂର୍ଣ୍ଣ ଓ ଶୃଙ୍ଖଳିତ ଭାବରେ ପାଳିତ ହୋଇଯାଇଛି। ଶୁକ୍ରବାର ଦିନ ରାତ୍ରିରୁ ଚର୍ଚ୍ଚିକାଙ୍କ ବିଜେସ୍ଥଳୀ ବାଙ୍କୀରୁ ପାରମ୍ପରିକ ନିମନ୍ତ୍ରଣ ପାଇ ବହୁ ଦୋଳ ବିମାନରେ ଠାକୁରଙ୍କୁ ଭୋଗ ଖୁଆଇ ରାତ୍ରିରେ ବାଙ୍କୀରେ ସ୍ୱତନ୍ତ୍ର ଆସ୍ଥାନରେ ସ୍ଥାନୀତ କରାଯାଇ ପୂଜାଅର୍ଚ୍ଚନା କରାଯାଇଥିଲା। ନିଷ୍ଠା ଓ ଆଧ୍ୟାତ୍ମିକତାର ସହିତ ଦୋଳ ଗୋବିନ୍ଦ ମେଲଣରେ ଯୋଗଦେଇଥିଲେ। ବିମାନରେ ଆସୁଥିଲା ବେଳେ ଭକ୍ତି ଭାବନା ଓ ପରମ୍ପରାକୁ ସମ୍ମାନ ଜଣାଇ ବିଭିନ୍ନ ଗ୍ରାମ ପକ୍ଷରୁ ମେଲଣ ପଡିଆକୁ ବିମାନମାନେ ରୋଷଣୀରେ ପହଞ୍ଚିଥିଲେ। ଶନିବାର ମଧ୍ୟାହ୍ନ ୧୨ ଘଟିକାରେ ଠାକୁରମାନେ ସ୍ୱତନ୍ତ୍ର ରୋଷଣୀ ଓ ପାରମ୍ପରିକ ଫଗୁ ଖେଳରେ ଚର୍ଚ୍ଚିକା ଗ୍ରାମ ପରିକ୍ରମା କରାଯାଇ ସ୍ଥାନୀୟ କଚେରୀ ପଡିଆରେ ଠାକୁରମାନେ ସ୍ୱତନ୍ତ୍ର ଆସନରେ ବସି ପାରମ୍ପରିକ ଭୋଗ ଖାଇଥିଲେ। ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନା ଏହି ସମୋହନ ଉତ୍ସବରେ ଯୋଗଦାନ କରି ଠାକୁରମାନଙ୍କୁ ଭୋଗ ସମର୍ପଣ କରିବା ପରେ ଠାକୁରମାନେ ନିଜ ନିଜର ବିଜେସ୍ଥଳୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୀର୍ଘ ୨ ବର୍ଷ ଧରି କୋଭିଡ କଟକଣାରେ ଦୋଳ ଉତ୍ସବ ନିରାଡମ୍ବର ଓ ଫିକା ହୋଇଥିଲା ବେଳେ ଚଳିତ ବର୍ଷ ଆନନ୍ଦ ଉଲ୍ଲାସର ସହିତ ପାରମ୍ପରିକ ଦୋଳ ଓ ହୋଲି ପର୍ବ ଆଡମ୍ବନପୂର୍ଣ୍ଣ ଭାବରେ ସମାହିତ ହୋଇଥିବାରୁ ସ୍ଥାନୀୟ ଅଂଚଳବାସୀ ଖୁସି ପ୍ରକଟ କରିଛନ୍ତି। ଚଳିତ ବର୍ଷ ମା’ ଚର୍ଚ୍ଚିକା, ଖମାରଙ୍ଗ ଗ୍ରାମର ଜନାର୍ଦ୍ଦନ ଦେବ, ରାଧାକୃଷ୍ଣ ଦେବ, ବାଲୁଙ୍କେଶ୍ୱର ଦେବ, ନୃସିଂହ ଦେବ, ବେଦପୁରର କୁଞ୍ଜବିହାରୀ ଦେବ, ରଣପୁରର ଜଳେଶ୍ୱର ଦେବ, ଚର୍ଚ୍ଚିକା ମନ୍ଦିରରୁ ମଦନମୋହନ ଦେବ, ଚର୍ଚ୍ଚିକା ସାହିରୁ ଐଶାନେଶ୍ୱର ଦେବ, ରାଧାକୃଷ୍ଣ ଦେବ, ତୁଳସୀପୁରର ଶ୍ରୀଚୈତନ୍ୟ ଦେବ, ନୀଳକଣ୍ଠେଶ୍ୱର ଦେବ, ଶ୍ରୀଚନ୍ଦନପୁରର ରାଧାକୃଷ୍ଣ ଦେବ, ରଗଡି ଗୋବର୍ଦ୍ଧନ ଗୋଷାଳର ଶ୍ରୀଗୋପାଳଜୀଉ ପ୍ରମୁଖ ସ୍ୱତନ୍ତ୍ର ନିଜ ନିଜ ବିମାନରେ ଆସି ମେଲଣରେ ଯୋଗ ଦେଇଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories