www.samajalive.in
Saturday, December 6, 2025
15.1 C
Bhubaneswar

ଭକ୍ତିରେ ମଗ୍ନ କୁକୁର, ରାଧେ-ରାଧେ ଶୁଣିବା ମାତ୍ରେ ତାଳି ବଜାଇ ଝୁମିଲା.. ଭିଡିଓ ଭାଇରାଲ୍‌

ଡେସ୍କ: ରାମ ମନ୍ଦିର ଉଦ୍‌ଘାଟନ ପରଠାରୁ ସାରା ଦେଶ ରାମମୟ ହୋଇଯାଇଛି। ଆଜିକାଲି ସବୁଠି ଭକ୍ତିମୟ ବାତାବରଣ ଦେଖିବାକୁ ମିଳୁଛି। ଇତି ମଧ୍ୟରେ ଏକ କୁକୁରର ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଦେଖି ଆପଣଙ୍କ ମନ ମଧ୍ୟ ଖୁସି ହୋଇଯିବ। ଯଦି ଆପଣ ଭାବୁଛନ୍ତି ଯେ, କେବଳ ମଣିଷ ଭକ୍ତିଭାବରେ ମଗ୍ନ, ତେବେ ଏହା ଭୁଲ୍। ନିକଟରେ ଭାଇରାଲ ହୋଇଥିବା ଏହି ଭିଡିଓ ଦେଖି ଆପଣ ମଧ୍ୟ ଏହା ବୁଝିଯିବେ। ଭିଡିଓରେ ଭକ୍ତିରେ ମଗ୍ନ ଏହି ପଶୁ ଓ ତା’ର କାର୍ଯ୍ୟକଳାପ ସମସ୍ତଙ୍କ ହୃଦୟକୁ ଛୁଇଁପାରିଛି। ଏହି କାରଣରୁ ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓ ଜୟପୁରର ଏକ ପାର୍କର ବୋଲି କୁହାଯାଇଛି, ଯେଉଁଠାରେ ରାଧେ-ରାଧେ ତାଳରେ ଗୋଟିଏ କୁକୁର ତାଳି ବଜାଇ ଝୁମୁଥିବା ଦେଖିବାକୁ ମିଳିଛି। ଲୋକେ ରାଧେ-ରାଧେ କହିବା ମାତ୍ରେ କୁକୁର କିପରି ନାଚିବା ଆରମ୍ଭ କରୁଛି, ତାହା ଭିଡିଓରେ ନଜର ଆସିଛି। ଭିଡିଓରେ ଦେଖାଯାଉଛି ଯେ, ପ୍ରଥମେ କୁକୁର ଆରାମରେ ତଳେ ବସିଗଲା ​​ଏବଂ ତା’ପରେ ରାଧେ ରାଧେ ତାଳରେ ତାଳି ବଜାଇ ନାଚିବା ଆରମ୍ଭ କଲା। କୁକୁର ଏପରି କରୁଥିବା ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

 

View this post on Instagram

 

A post shared by Evyaan Nd Agastya (@evyaanb)

- Advertisement -


କୁହାଯାଉଛି ଯେ, ପାର୍କ ବୁଲିବାକୁ ଆସିଥିବା ଜଣେ ବ୍ୟକ୍ତି ଏହି ଭିଡିଓ କରିଥିଲେ, ଯାହା ଏବେ ଖୁବ୍‌ ଭାଇରାଲ ହୋଇଛି। ଇନଷ୍ଟାଗ୍ରାମରେ ଏହି ଭିଡିଓ evyaanb ନାମକ ଆକାଉଣ୍ଟରୁ ଶେୟାର କରାଯାଇଛି। ୬ ଦିନ ପୂର୍ବରୁ ଶେୟାର କରାଯାଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୬୧ ଲକ୍ଷ ୫୧ ହଜାରରୁ ଅଧିକ ଲୋକ ଲାଇକ୍‌ କରିସାରିଲେଣି। ବହୁ ସଂଖ୍ୟାରେ ଲୋକ ଏଥିରେ ନିଜ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories