www.samajalive.in
Saturday, December 6, 2025
26.1 C
Bhubaneswar

ବ୍ରହ୍ମ ମୁହୂର୍ତ୍ତରେ ତୁଳସୀ ପତ୍ର ତୋଳୁଛନ୍ତି କି? ଜାଣନ୍ତୁ ତୁଳସୀ ତୋଳିବାର ସଠିକ୍‍ ନିୟମ ଓ ମନ୍ତ୍ର

ଡେସ୍କ: ତୁଳସୀଙ୍କୁ ବିଶେଷ କରି ସନାତନ ଧର୍ମରେ ପୂଜା କରାଯାଇଥାଏ। ତୁଳସୀ ପତ୍ରର ଧାର୍ମିକ ତଥା ଆୟୁର୍ବେଦିକ ଗୁରୁତ୍ୱ ରହିଛି। ତୁଳସୀ ଅନେକ ପ୍ରକାରର ଔଷଧରେ ବ୍ୟବହାର କରାଯାଏ। ତୁଳସୀ ପତ୍ର ତୋଳିବା ବେଳେ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। ଘରର ଦାଣ୍ଡରେ ଚଉଁରାରେ ତୁଳସୀ ଗଛ ଲଗାଯାଇ ପୂଜା କରାଯାଏ। ତୁଳସୀଙ୍କୁ ବିଶେଷ ଭାବରେ ପୂଜା କରାଯାଉଥିବାରୁ ଏହାର ପତ୍ରକୁ ତୋଳିବା ବେଳେ କିଛି ନିୟମ ମାନିବା ଜରୁରୀ। ହିନ୍ଦୁ ଧର୍ମରେ କୁହାଯାଏ ଯେ ତୁଳସୀ ଦିନରେ ତୋଳାଯାଏ, ରାତିରେ ନୁହେଁ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବ୍ରହ୍ମା ମୁହୂର୍ତ୍ତରେ ତୁଳସୀ ପତ୍ର ତୋଳିବା ଶୁଭ ବୋଲି ବିବେଚନା କରାଯାଏ। କିନ୍ତୁ ସେଥିପାଇଁ କିଛି ନିୟମ ରହିଛି। ପତ୍ର ତୋଳିବା ପୂର୍ବରୁ କିଛି ମନ୍ତ୍ର ଜପ କରିବା ଉଚିତ। ଯେଉଁ ପତ୍ର ଧରି ଆପଣ ମନ୍ତ୍ର ପାଠ କରିବେ କେବଳ ସେହି ପତ୍ର ହିଁ ତୋଳିବେ। ଯଦି ଆପଣ ଏପରି କରିବେ ତେବେ ଆପଣଙ୍କ ସମସ୍ତ ପ୍ରକାର ଇଚ୍ଛା ପୂରଣ ହୋଇପାରେ।

- Advertisement -

ଯଦି ଆପଣ ବ୍ରହ୍ମ ମୁହୂର୍ତ୍ତରେ ତୁଳସୀ ପତ୍ର ତୋଳୁଛନ୍ତି ତେବେ ପ୍ରଥମେ ସ୍ନାନ କରନ୍ତୁ, ଏହା ପରେ ପ୍ରିୟ ଦେବତାଙ୍କୁ ପୂଜା କରନ୍ତୁ। ପରେ ତୁଳସୀ ଗଛକୁ ପୂଜା କରି ପ୍ରଥମ ଥର ପାଇଁ ୨୧ଟି ପତ୍ର ତୋଳିକି ଆଣନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ପ୍ରାପ୍ତି ହୋଇଥାଏ।

ତୁଳସୀ ପତ୍ର ତୋଳିବା ପୂର୍ବରୁ ନିଶ୍ଚିତ ଭାବରେ ମନ୍ତ୍ର ଜପ କରନ୍ତୁ। ତୁଳସୀଙ୍କୁ ପାଣି ଦେବା ବେଳେ ଏହି ମନ୍ତ୍ରକୁ ୨୧ଥର ଜପ କରିବାକୁ ଭୁଲନ୍ତୁ ନାହିଁ। ‘ଓମ୍‍-ଓମ୍‍’ ମନ୍ତ୍ର ଅତ୍ୟନ୍ତ ଲାଭଦାୟକ ।

ତୁଳସୀ ପତ୍ର ତୋଳିବା ବେଳେ ‘ଓମ୍‍ ସୁଭଦ୍ରାୟ ନମଃ:, ମାତାସ୍ତୁଲାସୀ ଗୋବିନ୍ଦ ହୃଦୟାନନ୍ଦ କାରିଣି, ନାରାୟଣସିୟ ପୂଜାରଥମ୍‍ ଚିନ୍ତୋମି ତ୍ୱାୟଃ ନମସ୍ତୁତେ।

ପୂଜା କଲା ବେଳେ ତୁଳସୀକୁ ପାଣିରେ ଅର୍ପଣ ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆସିଥାଏ। ତୁଳସୀ ପତ୍ରରେ ସିନ୍ଦୂର ଦେଇ ଅର୍ପଣ କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ। ତୁଳସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ। ଏହାକୁ ଘରେ ପୂଜା କରିବା ବେଳେ ପ୍ରତ୍ୟେକ ଦିନ ଭଗବାନ ବିଷ୍ଣୁ ଏବଂ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରନ୍ତୁ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories