www.samajalive.in
Monday, December 8, 2025
13.1 C
Bhubaneswar

ମମତାଙ୍କ ପଡିଯିବା ନେଇ ‘ଦ୍ୱନ୍ଦ୍ୱ’ ସ୍ପଷ୍ଟ କଲେ ଡାକ୍ତର

ଡେସ୍କ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ କାଳୀଘାଟ ବାସଭବନରେ ‘ପଛପଟୁ ଧକ୍କା ଦେବାରୁ’ କପାଳ ଓ ନାକରେ ଆଘାତ ଲାଗିଥିବା କହିବାର ଗୋଟିଏ ଦିନ ପରେ ସରକାରୀ ଏସଏସକେଏମ୍ ହସ୍ପିଟାଲ୍ ନିର୍ଦ୍ଦେଶକ ମଣିମୟ ବନ୍ଦୋପାଧ୍ୟାୟ ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ ସେ କେବଳ ଏତିକି କହିବାକୁ ଚାହୁଁଛନ୍ତି ଯେ ମୁଖ୍ୟମନ୍ତ୍ରୀ ଧକ୍କା ଭଳି ଅନୁଭବ କରିଥିବେ।

ପାଖେଇ ଆସୁଛି ହୋଲି : ରାଶି ଅନୁସାରେ ପିନ୍ଧନ୍ତୁ ଏହି ରଙ୍ଗର ପୋଷାକ, ଚମକିବ ଭାଗ୍ୟ..

- Advertisement -

୬୯ ବର୍ଷୀୟ ମମତା ବାନାର୍ଜୀଙ୍କ କପାଳ ଓ ନାକରେ ଗୁରୁବାର ସନ୍ଧ୍ୟାରେ କାଳୀଘାଟ ଅଞ୍ଚଳରେ ପଡ଼ି ଗଭୀର ଆଘାତ ଲାଗିଥିଲା। ଡାକ୍ତର ବନ୍ଦୋପାଧ୍ୟାୟ କହିଛନ୍ତି, ଏହା ପଛରୁ ଧକ୍କା ଦେବାର ଏକ ଅନୁଭବ, ଯାହା ମମତାଙ୍କ ପଡିଯିବାର କାରଣ ହୋଇଛି। ଆମର କାମ ହେଉଛି ଚିକିତ୍ସା କରିବା ଏବଂ ଆମେ ତାହା କରିଛୁ। ଗତକାଲି ସଂଧ୍ୟାରେ ମୁଁ ଯାହା କହିଥିଲି ତାହାର ଭୁଲ ବ୍ୟାଖ୍ୟା ହୋଇଛି ବୋଲି ଡାକ୍ତର ବନ୍ଦୋପାଧ୍ୟାୟ କହିଛନ୍ତି।

ବିଗ୍‌ ବିଙ୍କର ହେଲା ଏଞ୍ଜିଓପ୍ଲାଷ୍ଟି

ଗୁରୁବାର ସନ୍ଧ୍ୟାରେ ଏସଏସକେଏମ ନିର୍ଦ୍ଦେଶକ କହିଛନ୍ତି ଯେ ପଛପଟୁ କିଛି ଧକ୍କା ଯୋଗୁଁ ମମତା ବାନାର୍ଜୀ ତାଙ୍କ ଘରେ ପଡ଼ିଯାଇଥିଲେ। ଏ ନେଇ ତୃଣମୂଳ କଂଗ୍ରେସ ସୁପ୍ରିମୋଙ୍କ ପଡିଯିବାର କାରଣକୁ ନେଇ ବ୍ୟାପକ ଦ୍ୱନ୍ଦ୍ୱ ଓ କଳ୍ପନାଜଳ୍ପନା ସୃଷ୍ଟି କରିଥିଲା।

ଅନନ୍ତ ଅମ୍ବାନୀଙ୍କ ପ୍ରାକ୍-ବିବାହ ଉତ୍ସବରେ ସାମିଲ ହେବା ପାଇଁ ଓରୀଙ୍କୁ ମିଳିଲା ଏତେ ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗତ ରାତିରେ ସେ ଭଲ ଭାବେ ଶୋଇଥିଲେ ଓ ବରିଷ୍ଠ ଡାକ୍ତରମାନେ ସାରା ରାତି ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଆଉ ଏକ ଆକଳନ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପଡିଯିବା ନେଇ ଚାଲିଥିବା କଳ୍ପନାଜଳ୍ପନା ସମ୍ପର୍କରେ ପଚରାଯିବାରୁ ଜଣେ ପୋଲିସ ଅଧିକାରୀ କହିଛନ୍ତି, “ବର୍ତ୍ତମାନ ସୁଦ୍ଧା ତାଙ୍କ ପଡିଯିବା ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଆମେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଚାରିପଟେ ସୁରକ୍ଷା ବଢ଼ାଇଛୁ। ମମତା ବାନାର୍ଜୀଙ୍କୁ ‘ଜେଡ୍ ପ୍ଲସ୍ କ୍ୟାଟେଗୋରି’ର ସୁରକ୍ଷା ମିଳୁଛି ଏବଂ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ବାସଭବନରେ ମଧ୍ୟ ଅଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories