ବିଗ୍‌ ବିଙ୍କର ହେଲା ଏଞ୍ଜିଓପ୍ଲାଷ୍ଟି

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବିଗ୍‌‌ ବି ଅମିତାଭ ବଚ୍ଚନ। ୮୧ବର୍ଷୀୟ ଅମିତାଭ ବଚ୍ଚନ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବିଗ ବିଙ୍କ ଗୋଡରେ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ଏଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚାର କରାଯାଇଛି। ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି ଓ ସେ ଖୁବ ଶିଘ୍ର ଘରକୁ ଫେରିବେ ବୋଲି ପରିବାର ପକ୍ଷରୁ କୁହାଯାଇଛି ।