www.samajalive.in
Saturday, December 6, 2025
14.1 C
Bhubaneswar

ଡାକ୍ତରଙ୍କ କଳିରୁ ବଳି ପଡିଲେ ରୋଗୀ

ଢେଙ୍କନାଳ: ଜଣେ ରୋଗୀର ଚିକିତ୍ସା ପାଇଁ ଦୁଇ ଜଣ ଡାକ୍ତରଙ୍କ ମଧ୍ୟରେ ଝଗଡା ହେବାରୁ ରୋଗୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ରୋଗୀଙ୍କର ପରିବାର ଲୋକ ଏହି  ଅଭିଯୋଗ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ରବିବାରରେ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଘଟିଥିବା ଜଣାପଡିଛି।

ସୂଚନାଯୋଗ୍ୟ,ଢେଙ୍କାନାଳ ଜିଲା ଗଦିଆଁ ବ୍ଲକ  ଶ୍ରୀରାମଚନ୍ଦ୍ରପୁରର ତ୍ରୈଲକ୍ୟ ସାହୁ ଚିକିତ୍ସା ପାଇଁ ତାଙ୍କ ସମ୍ପର୍କୀୟଙ୍କ ସହ ଡାକ୍ତରଖାନାରେ ପହଞ୍ଚିଥିଲେ । ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପ୍ରଥଣେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।ପରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଆଉଟ୍‌ଡୋର୍‌ ଡାକ୍ତର ତାଙ୍କୁ ମେଡିସିନ୍‌ ଓ୍ୱାର୍ଡ ପଠାଇଥିଲେ । ଏନେଇ   ଦୁଇ ଜଣ ଡାକ୍ତରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏ ମଧ୍ୟରେ ରୋଗୀ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇ ଯାଇଥିଲେ ମଧ୍ୟ ଡାକ୍ତରଙ୍କ ଚେତା ପଶି ନ ଥିଲା। କିଛି ସମୟ ପରେ ସେମାନେ ନିଷ୍ପତ୍ତି କରି ଆସିଲା ବେଳକୁ ରୋଗୀଟିର ମୃତ୍ୟୁ ଘଟିଥିଲା ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି ।
ଏହି ଘଟଣାକୁ ନେଇ ଜିଲାପାଳ ସଂପୃକ୍ତ ଦୁଇ ଡାକ୍ତରଙ୍କୁ  କୈଫତ ମାଗିଛନ୍ତି । ଅନ୍ୟପଟେ କ୍ଷତିପୂରଣ ଦାବିରେ ପରିବାର ଓ ସ୍ଥାନୀୟଲୋକ ମୃତଦେହକୁ ରାସ୍ତାରେ ରଖି ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories