www.samajalive.in
Saturday, December 13, 2025
27.1 C
Bhubaneswar

ଦୋବଲ ବିଜେପି ପକ୍ଷରୁ ୬ଘଣ୍ଟିଆ ଶାନ୍ତିପୂର୍ଣ ବନ୍ଦ ପାଳନ

ଦୋବଲ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦୋବଲରେ ଜୋରଦାର ପ୍ରତିବାଦ କରିଛି ବିଜେପି। ମମିତା ମେହେର ହତ୍ୟା ପ୍ରସଙ୍ଗରେ ସରକାରଙ୍କ ବିରୋଦ୍ଧରେ ଆକ୍ରାତ୍ମକ ହୋଇପଡିଛି ବିଜେପି। ମମିତାଙ୍କ ହତ୍ୟାକାରୀ ଗୋବିନ୍ଦ ସାହୁ ସହିତ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପର୍କ ଥିବା ଅଭିଯୋଗ କରି ମନ୍ତ୍ରୀଙ୍କ ଇସ୍ତଫା ସହ ତଦନ୍ତ ପରିସର ଭୁକ୍ତ ଏବଂ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ମିଳିବା ପ୍ରତିବାଦରେ ଦୋବଲ ବିଜେପି ପକ୍ଷରୁ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ୬ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଏହି ବନ୍ଦପାଳନରେ ଦୋକାନ ବଜାର ବନ୍ଦ ରହିବା ସହିତ ଗାଡି ଚଳାଚଳ ବନ୍ଦ ରହିଥିଲା। ଦୋବଲ, ଆନନ୍ଧପୁର, ଖଡିପଦା, ଷେଣ୍ଢପୁର ଅଂଚଳର ସମସ୍ତ ବଜାର ରାଷ୍ଟ୍ରାୟତ ଏବଂ ବେସରକାରୀ ବ୍ୟାଙ୍କ ବ୍ୟବସାୟୀକ ପ୍ରତିଷ୍ଠାନ ସହ ଅଫିସ, ଦପ୍ତର ଏହି ବନ୍ଦରେ ସାମିଲ ହୋଇଥିଲେ। ବନ୍ଦ ହେତୁ ଭଦ୍ରକ-ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ଷେଣ୍ଢପୁର ବ୍ରିଜ ଉପରେ ଗାଡି ଅଟକିବଲମ୍ବା ଲାଇନ ଲାଗିରହିଥିଲା। ଏହି ବନ୍ଦ ପାଳନରେ ମୁକୁନ୍ଦଦେବ ମଣ୍ଡଳ (ଦୋବଲ) ବିଜେପି ସଭାପତି ଅରବିନ୍ଦ ପତି, ପ୍ରମୋଦ କୁମାର ସୁତାର, ରଞ୍ଜନ ସାହୁ, ଚକ୍ରଧର ସାମଲ, ଶ୍ରୀକାନ୍ତ ଦାସ, ସୁବାସ ସାହୁ, ଲଷ୍ମୀଧର ପାଣିଗ୍ରାହୀ ଓ ବିଜୟ ଶଙ୍କର ନାୟକ ସାମିଲ ହୋଇଥିଲେ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories