www.samajalive.in
Tuesday, December 9, 2025
26.1 C
Bhubaneswar

ଗର୍ଭବତୀ ମହିଳାଙ୍କୁ ହେଲା କରୋନା, ଢେଙ୍କାନାଳରେ ୫ ନର୍ସିଂହୋମ୍‌ ସିଲ୍‌

ଭୁବନେଶ୍ବର: ଢେଙ୍କାନାଳରେ ୫ଟି ନର୍ସିଂହୋମ୍‌ ସିଲ୍‌ ହୋଇଛି। ଜଣେ ପ୍ରସୂତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାପାଳ ପଦକ୍ଷେପ ନେଇଛନ୍ତି। ଏକ ଘରୋଇ ନର୍ସିଂହୋମ୍‌ରେ ଜଣେ ପ୍ରସୂତି ଭର୍ତ୍ତି ହୋଇଥିଲେ। ଡେଲିଭରି ପରେ ଅଧିକ ଅସୁସ୍ଥ ହେବାକୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ସ୍ବାବ୍‌ ଟେଷ୍ଟ ପରେ ପ୍ରସୂତି କରୋନା ଆକ୍ରାନ୍ତ ଜଣାପଡ଼ିଥିଲେ। ପ୍ରସୂତିଙ୍କୁ ଚିକିତ୍ସ​‌ା କରିଥିବା ଡାକ୍ତର ଅନ୍ୟ ୪ଟି ନର୍ସିଂ ହୋମ୍‌କୁ ମଧ୍ୟ ଯାଇଥିଲେ। ୫ଟି ନର୍ସିଂ ହୋମ୍‌ର ୬ଜଣ ଡାକ୍ତରଙ୍କ ସମେତ ୬୦ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ମଧ୍ୟ ହୋମ୍‌ କ୍ବାରେଣ୍ଟାଇନ୍‌ ନିର୍ଦେଶ ଦିଆଯାଇଛି। ପ୍ରସୂତି ମହିଳା ଜଣକ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଆଶଙ୍କାରେ ଦିନ କାଟୁଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ ଯେ ଜଗନ୍ନାଥ ହସପିଟାଲରୁ ଜଣେ ମହିଳା ପ୍ରସୂତି କୋରନା ପଜିଟିଭ ଚିହ୍ନଟ ହୋଇଥିଲା। ପ୍ରଶାସନ ପକ୍ଷରୁ ଜଗନ୍ନାଥ ହସ୍ପିଟାଲକୁ ସିଲ କରି ୪୦ରୁ ଊର୍ଦ୍ଧ କର୍ମଚାରୀଙ୍କୁ ବାହାରକୁ ଯିବା ମନା କରାଯାଇଛି। ପ୍ରସୂତି ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଦୀପାଳି, ସାଇ, ତୁଳସୀ ଓ ଦିଶା ନର୍ସିଂ ହୋମକୁ ମଧ୍ୟ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories