www.samajalive.in
Saturday, December 6, 2025
23.1 C
Bhubaneswar

୩ ଡିଜେ ଜବତ- ଭସାଣୀ ବେଳେ ଉଚ୍ଚା ଶଦ୍ଦରେ ବଜାଉଥିବା ଅଭିଯୋଗ, ଲକ୍ଷାଧିକ ଟଙ୍କା ଜୋରିମାନା

ଧାମରା : ନିୟମକୁ ଅଣଦେଖା କରି ଉଚ୍ଚା ଶଦ୍ଦରେ ଡିଜେ ବଜାଇବା ମହଙ୍ଗା ପଡିଛି । ଅତି ଉଚ୍ଚା ଶଦ୍ଦରେ ଡିଜେ ବଜାଉଥିବା ତିନୋଟି ଡିଜେକୁ ପୁଲିସ ଜବତ କରିଛି ।
ଭଦ୍ରକ ଜିଲ୍ଲପାଳ ଏବଂ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସମସ୍ତ ଥାନା ଅଧିକାରୀଙ୍କୁ କୌଣସି ପରିସ୍ଥିତିରେ କୌଣସି ପୂଜା ପାର୍ବଣରେ ଡିଜେ ବାଜି ପାରିବ ନାହିଁ ବୋଲି ତାଗିଦ କରିବା ସହ ଚିଠି ମଧ୍ୟ କରିଥିଲେ । ମାତ୍ର ଆଗରୁ ଥିବା ନିୟମରେ କୋହଳ ହୋଇଛି ଭାବି ସମସ୍ତ ପୂଜା କମିଟି ଭସାଣୀ ସମୟରେ ଡିଜେ ମାଲିକଙ୍କୁ ନଗଦ ଟଙ୍କା ଦେଇ ଡିଜେ ଆଣି ଭସାଣୀ ଆରମ୍ଭ କରି ଦେଇଥିଲେ ।

ଏହି ଖବର ପାଇବା ପରେ ଧାମରା ଅଂଚଳର ସମସ୍ତ ଥାନାଧିକାରୀ ଏବଂ ଫାଣ୍ଡି ଅଧିକାରୀ ସମସ୍ତ ଅଂଚଳରେ ଛାନଭିନ ଆରମ୍ଭ କରି ଦେଇଥିଲେ । ଫଳରେ ଏହି ଅତର୍କିତ ଚଢାଉରେ ଏବଂ ପୁଲିସ ଉପସ୍ଥିତିରେ ସମସ୍ତ ପୂଜା କମିଟି ନିଜର ଡିଜେକୁ ବନ୍ଦ କରି ଦେଇଥିଲ । ପରେ ପୁଲିସ ଅପସରି ଯାଇଛି ବୋଲି ଭାବି କିଛି କମିଟି ଲୋକ ପୁଣି ଡିଜେ ବଜାଇବା ଆରମ୍ଭ କରିଦେଇଥିଲେ ।

- Advertisement -

ଶୁକ୍ରବାର ବିଳମ୍ବିତ ରାତିରେ ବାଂଶଡା ଥାନା ଅର୍ନ୍ତଗତ ଯଶୀପୁର ଠାରେ ଏକ ଡିଜକେୁ ବାଂଶଡା ଥାନାଧିକାରୀ ଜବତ କରିବା ସହ କରଞମାଳ ଫାଣ୍ଡି ଅଧିକାରୀ ୨ଟି ଡିଜେକୁ ଜବତ କରିଛନ୍ତି । ଶନିବାରରେ ଭଦ୍ରକ କନିଷ୍ଠ ଏମ ଭି ଆଇ ଆସି ବାଂଶଡା ଥାନାରେ ପହଂଚି ଏହି ୩ଟି ମାମଲାରେ ସଂପୃକ୍ତ ପକ୍ଷ ମାନଙ୍କର ୩ଟି ଟ୍ରାକ୍ଟର ଜବତ କରିବା ସହ ଲକ୍ଷଧିକ ଟଙ୍କା ଜୋରି ମାନା ମଧ୍ୟ କରିଛନ୍ତି । ଏ ବାବଦରେ ବାଂଶଡା ଥାନାଧିକାରୀ ଙ୍କ କହିବାନୁଯାୟୀ ପୁଲିସ ପ୍ରଶାସନ ସଂପୃକ୍ତ ପୂଜା କମିଟିକୁ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ଙ୍କ ନିର୍ଦେଶ ଅନୁଯାୟୀ ଡିଜେ ବଜାଇବା ପାଇଁ ବାରଣ କରାଯାଇଥିଲା ।  ସଂପୃକ୍ତ ଡିଜେ ମାଲିକ ଏହା ନମାନିବାରୁ ପୁଲିସ ପ୍ରଶାସନ ବାଧ୍ୟ ହୋଇ ସେ ଗୁଡିକୁ ଜବତ କରିବାକୁ ବାଧ୍ୟ ହେଲା । ଏହା ଫଳରେ ଆଗାମୀ ପାର୍ବଣ ସମୟରେ କୌଣସି ଡିଜେ ମାଲିକ ଆଉ ଆଇନକୁ ହାତକୁ ନେବେ ନାହିଁ ବୋଲି ସେ କହିଛନ୍ତି ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories