www.samajalive.in
Saturday, December 6, 2025
23.1 C
Bhubaneswar

ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ; ପଛେଇ ଚାଲୁଛି ହୁଇଲ ଚେୟାର

କେଶଦୁର।ପାଳ : ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ନେଇ ଗତି କରୁଥିବାବେଳେ ଏଠାରେ ଥିବା ହୁଇଲ ଚେୟାର ଆଗକୁ ଯିବା ପରିବର୍ତ୍ତେ ପଛେଇ ପଛେଇ ଚାଲୁଥିବାର ଦେଖିବାକୁ ମିଳିଛି।
ସୂଚନାରୁ ପ୍ରକାଶ ୧୮ତାରିଖ ଆନନ୍ଦପୁର ବ୍ଲକ ଅନ୍ତର୍ଗତ କଣ୍ଟିପାଳ ଗ୍ରାମର ମମତା ବାରିକ(୬୫) କୌଣସି କାରଣରୁ ଘରେ ଅଚେତ ହୋଇଯାଇଥିଲେ ଫଳରେ ପରିବାର ଲୋକେ ୧୦୮ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଥିବା ବେଳେ ଡାକ୍ତର ଦେଖିବା ପରେ ମମତାଙ୍କୁ ମହିଳା ୱାର୍ଡ଼କୁ ନେବାକୁ ପଡିଥିଲା ହେଲେ ଡ଼ାକ୍ତରଖାନାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଥିବା ହୁଇଲ ଚେୟାର ଆଗକୁ ଚାଲିବା ପରିବର୍ତ୍ତେ ପଛେଇ ପଛେଇ ଚାଲିବାରୁ ପରିବାର ଲୋକେ ବାଧ୍ୟ ହୋଇ ରୋଗୀକୁ ପଛେଇ ପଛେଇ ମହିଳା ୱାର୍ଡ଼କୁ ନେବାକୁ ପଡିଥିଲା । ଏନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । କୋଟି କୋଟି ଟଙ୍କା ବ୍ୟୟରେ ଡାକ୍ତରଖାନାର ନବୀକରଣ କରାଯାଇଥିବା ବେଳେ ହୁଇଲ ଚେୟାର ଆଗକୁ ଚାଲିବା ପରିବର୍ତ୍ତେ ପଛେଇ ଚାଲୁଥିବାର ଦେଖିବାକୁ ମିଳିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories