ଭୁବନେଶ୍ବର: ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଆଜି ସିବିଆଇ ପକ୍ଷରୁ ଚାର୍ଜ ଫ୍ରେମ କରାଯାଇଛି। ମାମଲାର ୯ ବର୍ଷ ପରେ ସିବିଆଇ ଚାର୍ଜ ଫ୍ରେମ କରିଛି। କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଏବଂ ତାଙ୍କ ପତ୍ନୀଙ୍କ ନାମରେ ସିବିଆଇ ପକ୍ଷରୁ ଚାର୍ଜ ଫ୍ରେମ କରାଯାଇଛି। ଭୁବନେଶ୍ବର ସିବିଆଇ-୧ କୋର୍ଟରେ ଉଭୟଙ୍କୁ ଚାର୍ଜ ଫ୍ରେମ କରାଯାଇଛି। ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାମରେ ଜାର୍ଜ ଫ୍ରେମ ହୋଇଛି। କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଏବଂ ତାଙ୍କ ପତ୍ନୀଙ୍କ ନାମରେ ସିବିଆଇ ପକ୍ଷରୁ ଦଫା ୪୨୦, ୧୨୦ବି, ୪୦୯, ୪୬୭, ୪୬୮ ଏବଂ ୪୭୧ରେ ଚାର୍ଜ ଫ୍ରେମ କରାଯାଇଛି ବୋଲି ସୂଚନା ମିଳିଛି।
ସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ
Popular Categories



