www.samajalive.in
Saturday, December 6, 2025
14.1 C
Bhubaneswar

ଦୀପାବଳିରେ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଏହି ପ୍ରସାଦ

ଦୀପାବଳୀରେ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବାର ସ୍ୱତନ୍ତ୍ର ବିଧି ରହିଛି। ଶାସ୍ତ୍ରରେ କୁହାଯାଇଛି ମା’ ଧନଦାତ୍ରୀ ଅଟନ୍ତି। ଏହି ପବିତ୍ର ଦୀପାବଳିରେ ମା’ଙ୍କ ନିକଟରେ ନାଲି ରଙ୍ଗର ଓଢଣୀ ସହ କିଛି ନିର୍ଦ୍ଦିଷ୍ଟ ପ୍ରସାଦ ଅର୍ପଣ କଲେ ବହୁ କୃପା ମିଳିଥାଏ। ଜାଣନ୍ତୁ ତାହା କଣ….

ପାଣି ସିଙ୍ଗଡ଼ା:ଶାସ୍ତ୍ର ଅନୁଯାୟୀ ମା’ଙ୍କୁ ଜଳ ଖୁବ ପସନ୍ଦ। ଏହି କାରଣରୁ ମା’ଙ୍କର ପାଣିର ଫୁଲ, ଫଳ ଖୁବ ପ୍ରିୟ ଅଟେ। ମାନ୍ୟତା ରହିଛି ଯେ ପାଣି ସିଙ୍ଗଡ଼ା ନାମକ ଏକ ଫଳ ମା’ଙ୍କର ପ୍ରିୟ ଅଟେ। ତେଣୁ ଦୀପାବଳି ଦିନ ମା’ଙ୍କ ନିକଟରେ ଏହି ଫଳକୁ ପ୍ରସାଦ ଭାବେ ଅର୍ପଣ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।

- Advertisement -

ବତାଶା:ଏହା ମା’ଙ୍କୁ ଖୁବ ପ୍ରିୟ ଅଟେ। ଦୀପାବଳି ଦିନ ମା’ଙ୍କ ନିକଟରେ ଲଡ଼ୁ, ଗୁଡ଼ରେ ପ୍ରସ୍ତୁତ ମିଠା ଦ୍ରବ୍ୟ ସହ ଏହି ବତାଶାକୁ ଅର୍ପଣ କଲେ ମା’ ବହୁତ ପ୍ରସନ୍ନ ହୋଇଥାଆନ୍ତି।

ନଡ଼ିଆ: ହିନ୍ଦୁଧର୍ମରେ ନଡ଼ିଆକୁ ଶ୍ରୀଫଳ କୁହାଯାଏ। ଏହି ଫଳ ମା’ଲକ୍ଷ୍ମୀଙ୍କର ମଧ୍ୟ ପ୍ର୍ରିୟ ଫଳ ଅଟେ। ତେଣୁ ମା’ଙ୍କୁ ଏହା ଅର୍ପଣ କଲେ, ଗୃହରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ।

ପାନ: ଦୀପାବଳି ପୂଜାରେ ପାନର ଖୁବ ମହତ୍ତ୍ୱ ରହିଛି। ମା’ଲକ୍ଷ୍ମୀଙ୍କ ପୂଜା ସମାପନ ପରେ ଶେଷରେ ମିଠା ପାନ ଅର୍ପଣ କରାଯାଏ। ଏହା ଦ୍ୱାରା ଗୃହରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ପଦ୍ମ ଫଳ: ଏହା ମା’ଙ୍କର ପ୍ରିୟ ପୁଷ୍ପ ପଦ୍ମର ଫଳ ଅଟେ। ତେଣୁ ମା’ଙ୍କ ନିକଟରେ ଏହାକୁ ଅର୍ପଣ କରାଯାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories