www.samajalive.in
Saturday, December 6, 2025
14.1 C
Bhubaneswar

ଭୟଙ୍କର ବାତ୍ୟା ରୂପ ନେବ ସାମୁଦ୍ରିକ ଝଡ଼ ‘କ୍ୟାର’

ନୂଆଦିଲ୍ଲୀ : ପୂର୍ବ-ମଧ୍ୟ ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘କ୍ୟାର’ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ
ଘନୀଭୂତ ହୋଇ ଭୟଙ୍କର ବାତ୍ୟା ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏହାର ପ୍ରଭାବରେ ମହାରାଷ୍ଟ୍ରର ରତ୍ନଗିରି ଓ ସିନ୍ଧୁଦୁର୍ଗ ଜିଲ୍ଲାରେ ଆସନ୍ତା ୧୨ ଘଣ୍ଟା ଭିତରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି। ମାଲୱାନ ଓ ସିନ୍ଧୁଦୁର୍ଗ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୦ମିମି.ରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏହି ଉପକୂଳ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଛି। ରତ୍ନଗିରି ଜିଲ୍ଲାରେ ୮୦ଟି ଛୋଟ ଛୋଟ ଡଙ୍ଗା ସମୁଦ୍ରରେ ବୁଡ଼ି ଯାଇଛି।

ଏହି ଘୂର୍ଣ୍ଣିଝଡ଼ର ପ୍ରଭାବରେ ଗୋଆରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବାରୁ ରାଜ୍ୟ ସରକାର ରେଡ୍‍ ଆଲର୍ଟ ଜାରି କରିଛନ୍ତି ଏବଂ ଗୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜିର ପରୀକ୍ଷାଗୁଡ଼ିକୁ ବାତିଲ୍‍ କରାଯାଇଛି। କର୍ଣ୍ଣାଟକର ଉଡ଼ୁପି, ଦକ୍ଷିଣ ଓ ଉତ୍ତର
କନ୍ନଡ଼ ଜିଲ୍ଲାଗୁଡ଼ିକରେ ମଧ୍ୟ ରେଡ୍‍ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

- Advertisement -

ଅନ୍ୟପକ୍ଷରେ ସାମୁଦ୍ରିକ ଝଡ଼ ‘କ୍ୟାର’ ଏବେ ପୂର୍ବ ଓ ଦକ୍ଷୀଣ ପୂର୍ବ ଦିଗରେ ଓମାନ ଆଡକୁ ଗତି କରୁଛି। ଆସନ୍ତା ୫ଦିନ ପରେ ଏହା ଓମାନ ଉପକୂଳ ଛୁଇଁବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories