www.samajalive.in
Monday, December 15, 2025
14.1 C
Bhubaneswar

ଜିଲାସ୍ତରୀୟ ଲୋକ ଅଦାଲତରେ ୪୮,୨୪୪ଟି ମାମଲାର ଫଇସଲା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଓ ଦୌରା ଜଜ ନିଶିଥ ନିଶାକଙ୍କ ନିର୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଯଥା ଖୋର୍ଦ୍ଧା, ବାଣପୁର, ଚିଲିକା, ଜଟଣୀ ପରିସରରେ ଜିଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି। ଏହି ଲୋକ ଅଦାଲତରେ ମୋଟ ୫୩,୪୫୨ଟି ମାମଲା ସମସ୍ତ ବିଚାର ବିଭାଗୀୟ ଅଦାଲତଙ୍କ ପକ୍ଷରୁ ଆଗତ ପୂର୍ବକ ସେଥିମଧ୍ୟରୁ ମୋଟ ୪୮,୨୪୪ ଟି ମାମଲାର ଫଇସଲା କରାଯାଇ ସମୁଦାୟ ୩ କୋଟି ୮୬ ଲକ୍ଷ ୬୫ ହଜାର ୧୨ ଟଙ୍କା (ବୀମା, ରାଜସ୍ଵ ଖାଉଟି ସମସ୍ୟା ସମ୍ପର୍କିତ ରାଜିନାମା) ସ୍ବାକ୍ଷରିତ ହୋଇଥିଲା।

ତନ୍ମଧ୍ୟରେ ଗାଡ଼ି ମୋଟର ଦୁର୍ଘଟଣା ସମ୍ପର୍କିତ ୧୬୦ ଟି ମାମଲା ମଧ୍ୟରୁ ୮ଟି ର ଫଇସଲା କରାଯାଇ ୬୧ ଲକ୍ଷ ୯୦ ହଜାରଟଙ୍କା ଦୁର୍ଘଟଣା କ୍ଷତିପୂରଣ ରାଶି ପୀଡିତମାନଙ୍କୁ ପ୍ରଦାନ ପାଇଁ ସମ୍ପୃକ୍ତ ବୀମା କମ୍ପାନୀମାନଙ୍କୁ ଅଦାଲତଙ୍କ ପକ୍ଷରୁ ଆଦେଶ ଦିଆଯାଇଛି। ସେହିପରି ୧୪ଟି ଖାଉଟି ମାମଲା ଆଗତ ପୂର୍ବକ ସେଥିରୁ ଗୋଟିଏ ମାମଲାର ଫଇସଲା କରାଯାଇ ୪୩,୨୬୮ଟଙ୍କା, ୪୩ଟି ଜମି ଅଧିଗ୍ରହଣ ମାମଲା ରୁ ୧ଟି, ୨୬୪ଟି ପାରିବାରିକ ମାମଲାରୁ ୩୪ଟି, ୫୨,୯୭୦ଟି ରାଜସ୍ବ ମାମଲାରୁ ୪୮,୨୦୦ଟି ମାମଲାର ଫଇସଲା କରାଯାଇ ୩,୨୪,୩୧ ,୭୪୪ ଟଙ୍କା ରାଜସ୍ବ ସଂଗ୍ରହ କରାଯାଇଥିଲା।

- Advertisement -

ଏହି ଲୋକ ଅଦାଲତରେ ସଚିବ, ଜିଲା ଆଇନ ସେବା ପ୍ରାଧିକରଣ ସୌଦାମିନୀ ସିଂ, ଉପସ୍ଥିତ ରହି ଲୋକ ଅଦାଲତର ସଫଳତା ପାଇଁ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ରାଜସ୍ବ ଅଧିକାରୀ, କୋର୍ଟ କର୍ମଚାରୀ ଏବଂ ଜିଲା ଆଇନସେବା ପ୍ରାଧିକରଣଙ୍କ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ ସହ ପରବର୍ତ୍ତୀ ଜାତୀୟ ଲୋକ ଅଦାଲତ ଆଗାମୀ ୧୩ମଇ ୨୦୨୩ରେ ଅନୁଷ୍ଠିତ ହେବା ସମ୍ପର୍କରେ ସୂଚନା ଦେଇ ଜନସାଧାରଣ ଏହାର ସୁବିଧା ନେବାକୁ ପରାମର୍ଶ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories