www.samajalive.in
Saturday, December 6, 2025
23.1 C
Bhubaneswar

ଜିଲା ପଛୁଆ, ମଦ ପିଇବାରେ ଆଗୁଆ

ଭବାନୀପାଟଣା : କଳାହାଣ୍ଡି ଜିଲା ବିକାଶରେ ପଛୁଆ, କିନ୍ତୁ ମଦ ପିଇବାରେ ଆଗୁଆ ରହିଛି। କାରଣ ୨୦୧୯-୨୦ ବର୍ଷରେ ଅବକାରୀ ବିଭାଗ ପକ୍ଷରୁ ଜିଲାକୁ ୪୨ କୋଟି ଟଙ୍କାର ଅର୍ଥଧାର୍ଯ୍ୟ କରାଯାଇଥିଲା, କିନ୍ତୁ ଜିଲାବାସୀ ପିଇଗଲେ ୪୩.୦୯ କୋଟି ଟଙ୍କାର ମଦ। ସେହିପରି ଚଳିତବର୍ଷ କରୋନା ଲକ୍‌ଡାଉନ ସତ୍ତ୍ବେ ଗତ ଡିସେମ୍ବର ସୁଦ୍ଧା ୧୭.୨୧ କୋଟି ଟଙ୍କାର ମଦ ପିଇ ସାରିଲେଣି ଜିଲାବାସୀ।

ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୯-୨୦ ବର୍ଷରେ କଳାହାଣ୍ଡି ଜିଲାକୁ ୪୨ କୋଟି ଟଙ୍କାର ଅବକାରୀ ଅର୍ଥଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଜିଲାରୁ ଆଦାୟହେଲା ୪୩ କୋଟି ୮ ଲକ୍ଷ ୫୯ ହଜାର ୭୯୮ ଟଙ୍କା। ସେହିପରି ୨୦୨୦-୨୧ ବର୍ଷ ଆରମ୍ଭରୁ କୋଭିଡ୍‌ କଟକଣା ଯୋଗୁଁ ସମସ୍ତ ବିଦେଶୀ ମଦଦୋକାନ, ବାର୍‌ ଓ ଦେଶୀ ମଦଭାଟି, ମଦକୋଠି ବନ୍ଦ ରହିଥିଲେ ସୁଦ୍ଧା ଡିସେମ୍ବର ସୁଦ୍ଧା ୧୭ କୋଟି ୨୦ ଲକ୍ଷ ୫୭ ହଜାର ୨୧୫ ଟଙ୍କାର ଉଭୟ ଦେଶୀ ଓ ବିଦେଶୀ ମଦ ବିକ୍ରି ହୋଇ ସାରିଲାଣି । ଆଗକୁ ଏହା ଆହୁରି ବଢିବ। ଏବେ ଜିଲାରେ ୩୨ଟି ଠିପିବନ୍ଦ ମଦ ଦୋକାନ ଏବଂ ୧୮ଟି ଠିପିଖୋଲା ମଦ ଦୋକାନ ରହିଛି। ୨୦୧୯-୨୦ ବର୍ଷରେ ୧୦୫୪୪୩୯.୩୩୬ ଲିଟର ବିଦେଶୀମଦ ଏବଂ ୨୫୪୧୦୪୧.୦୪୦ ଲିଟର ବିୟର ବିକ୍ରି ହୋଇଥିଲା । ସେହିପରି ୬୮୦୫୯୩୦.୦ ଲିଟର ଦେଶୀମଦ ବିକ୍ରି ହୋଇଥିଲା। ୨୦୨୦-୨୧ରେ ଡିସେମ୍ବର ସୁଦ୍ଧା ୩୫୧୨୦୦୬.୦ ଲିଟର ଦେଶୀମଦ ବିକ୍ରି ହୋଇସାରିଲାଣି ।

- Advertisement -

ଜିଲାର ବିଭିନ୍ନ ସ୍ଥାନରେ ବିଦେଶୀ ମଦରେ ଅପମିଶ୍ରଣ ହେଉଥିବା ଅଭିଯୋଗ ଉଠୁଛି। ଠିପିବନ୍ଦ ଦୋକାନରେ ଖୋଲାଖୋଲି ଠିପି ଖୋଲି ମଦ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। କେତେକ କ୍ଷେତ୍ରରେ ସିଲ୍‌ କାଢି ଅଧିକ ଦାମ୍‌ରେ ମଦ ବିକ୍ରି ହେଉଛି । ଏନେଇ ଅବକାରୀ ବିଭାଗର ଦୃଷ୍ଟି ଆକର୍ଷଣ କଲେ ଅଭିଯୋଗ ହେଲେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଅଧିକାରୀମାନେ ସଫେଇ ଦେଉଛନ୍ତି। ଜିଲାରେ ୬୭ ଦେଶୀ ମଦଭାଟି ଓ ୮୩ ଶାଖା ମଦଭାଟି ରହିଛି। ୨୦୧୯-୨୦ରେ ୬୮୦୫୯୩୦.୦ ଲିଟର ଏବଂ ଚଳିତ ବର୍ଷ ଡି​‌ସେମ୍ବର ସୁଦ୍ଧା ୩୫୧୨୦୦୬.୦ ଲିଟର ଦେଶୀମଦ ବିକ୍ରି ହୋଇଛି। ଏହାକୁ ତାଳ ଦେଇ ଜିଲାରେ ବହୁ ମାତ୍ରାରେ ବେଆଇନ୍‌ ମଦ କାରବାର ଚାଲିଛି। ଜିଲା ଅବକାରୀ ବିଭାଗ ପକ୍ଷରୁ ଗତ ଡିସେମ୍ବର ଶେଷ ସୁଦ୍ଧା ବେଆଇନ ମଦ କାରବାରକୁ ନେଇ ୫୯୮ ମାମଲା ରୁଜୁ ହୋଇଥିବା ବେଳେ ୪୨୧ ଜଣଙ୍କୁ ଗିରଫ କରାଯାଇଛି। ଏକ କୋଟି ୩୨ ଲକ୍ଷ ୪୦ ହଜାର ୯୬୩ ଟଙ୍କାର ବିଦେଶୀ ଓ ଦେଶୀମଦ, ଗଞ୍ଜେଇ, ମହୁଲ, ତାଡି, ମଦ ତିଆରି ସାମଗ୍ରୀ ସହ ବାଇକ, ସାଇକେଲ, ଅଟୋରିକ୍ସା ଆଦି ଜବତ କରାଯାଇଛି।

ଜିଲାରେ ବେଆଇନ ମଦ କାରବାର ଦିନକୁ ଦିନ ବଢୁଥିଲେ ମଧ୍ୟ ଜିଲା ଅବକାରୀ ବିଭାଗରେ ଖାଲି ପଡିଥିବା ଅନେକ ପଦ ପୂରଣ କରାଯାଉ ନାହିଁ । ସ୍ଥିତି ସୁଧାରିବା ପାଇଁ ଭିତ୍ତିଭୂମିର ବିକାଶ ମଧ୍ୟ କରାଯାଉ ନାହିଁ । ଏଥିପ୍ରତି ଅବକାରୀ ବିଭାଗ ମନ୍ତ୍ରୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories