ବିଶ୍ୱନାଥ ବିଦ୍ୟାପୀଠରେ ‘ପୂଣ୍ୟାତ୍ମା ଗୋପବନ୍ଧୁ’ ପୁସ୍ତକ ବଣ୍ଟନ

ଆଠଗଡ : ଭୁବନେଶ୍ୱରସ୍ଥିତ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀମଣ୍ଡଳ ଆନୁକୁଲ୍ୟରେ ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ୧୦ମ ଶ୍ରେଣୀ ଛାତ୍ରଙ୍କୁ ‘ପୂଣ୍ୟାତ୍ମା ଗୋପବନ୍ଧୁ’ ପୁସ୍ତକ ବଣ୍ଟନ କରାଯାଇଛି । ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌‌ ନିକଟରେ ଏହି ପୁସ୍ତକକୁ ଉନ୍ମୋଚନ କରିବା ସମୟରେ ପୁସ୍ତକର ରଚୟିତା ଡଃ ଆରତୀ କରଙ୍କୁ ପୁସ୍ତକଟିକୁ ସ୍କୁଲ ପିଲାଙ୍କ ମଧ୍ୟରେ ବଣ୍ଟନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବୁଧବାର ଆଠଗଡସ୍ଥିତ ବିଶ୍ୱନାଥ ବିଦ୍ୟାପୀଠ ପରିଦର୍ଶନ କରି ପୁସ୍ତକର ରଚୟିତା ଡଃ ଆରତୀ କର ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରଙ୍କ ମଧ୍ୟରେ ପୁସ୍ତକଟିକୁ ବଣ୍ଟନ କରି ତାକୁ ପଢିବା ଏବଂ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ତଥା ସମାଜସେବୀ ଅଶୋକ କୁମାର ଦାଶ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

kalyan agarbati

Comments are closed.