ଜିଲାସ୍ତରୀୟ ଅଭିଯୋଗ ଶୁଣାଣୀ : ୮୯ ମାମଲାର ଫଏସଲା

କେନ୍ଦୁଝରଗଡ଼ : ଦରବାରହଲ ଠାରେ ସୋମବାର ଜିଲାପାଳ ଆଶିଷ ଠାକରେ ଓ ଏସ୍.ପି. ନିତିନ କୁଶଲକରଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲାସ୍ତରୀୟ ଅଭିଯୋଗ ଶୁଣାଣୀରେ ଗ୍ରହଣ କରାଯାଇଥିବା ମୋଟ ୨୧୨ଟି ଅଭିଯୋଗ ମଧ୍ୟରୁ ୮୯ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା । ସମୁଦାୟ ଅଭିଯୋଗ ମଧ୍ୟରୁ ୨୫ଟି ଅଭିଯୋଗ ଗୋଷ୍ଠୀ ସମସ୍ୟାମୂଳକ ହୋଇଥିବାବେଳେ ୧୮୭ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଉପରେ ପର୍ଯ୍ୟବେସିତ ଥିଲା। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌‌ ପାଣ୍ଠିରୁ ସହାୟତା ପାଇଁ ୩୧ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା।

prayash

କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, କେନ୍ଦୁଝର ଆଇଟିଡିଏ  ପି.ଏ ତପନ କୁମାର ନାଏକ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି, ଡେପୁଟି କଲେକ୍ଟର (ଆପତକାଳୀନ) ସୁରଞ୍ଜିକା ବେହେରା, ଡେପୁଟି କଲେକ୍ଟର ଶିବବ୍ରତ ତ୍ରିପାଠୀ, କେନ୍ଦୁଝରଗଡ ପୌର ନିର୍ବାହୀ ଅଧିକାରୀ ଡା.ମଧୁସ୍ମୀତା ସାମନ୍ତରାୟ, କେନ୍ଦୁଝର ସଦର ବିଡିଓ ବିକାଶ ଚନ୍ଦ୍ର ସାହୁଙ୍କ ସମେତ ଜିଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Comments are closed.