www.samajalive.in
Saturday, December 6, 2025
23.1 C
Bhubaneswar

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ୧୫ ଦିନ ହେଲା ସ୍କୁଲରେ ପଡିଛି ତାଲା

ପଟାଙ୍ଗି: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା। ତଳଗଲୁର ପଞ୍ଚାୟତ ୫ଟି ବିଦ୍ୟାଳୟ ସମେତ ସମସ୍ତ ପ୍ରାଥମିକ ବିଦ୍ୟାଳୟ ପ୍ରାୟ ୧୫ ଦିନରୁ ଅଧିକ ସମୟ ହେଲା ବନ୍ଦ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ସୀମାନ୍ତ ଗ୍ରାମବାସୀ ଙ୍କ ସୁବିଧା ଲାଗି ପଞ୍ଚାୟତ ସଦର ରେ ଥିବା ଉଚ୍ଚ ବିଦ୍ୟାଳୟ କୁ ୫ଟି ରୂପାନ୍ତରଣ କରିଛନ୍ତି। ଏଠାରେ ପ୍ରଥମ ରୁ ଦଶମ ଶ୍ରେଣୀ ଥିବାବେଳେ ୧୦୦ସଂଖ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଏବଂ ୪୦ ସଂଖ୍ୟା ବିଶିଷ୍ଟ ଛାତ୍ର ନିବାସ ରହିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପ୍ରାୟ ୨୭୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ନବମ ଓ ଦଶମ ଶ୍ରେଣୀରେ ୬୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ପ୍ରଧାନ ଶିକ୍ଷକ ଅନୀଲ କୁମାର ମହାନନ୍ଦ ପ୍ରକାଶ କରିଛନ୍ତି। ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସୁବିଧା ସତ୍ବେ ବିଦ୍ୟାଳୟର ଶିକ୍ଷକମାନେ କେଉଁ ଆଧାରରେ ଦୀର୍ଘ ୧୫ ଦିନରୁ ଅଧିକ ସମୟ ହେବ ବିଦ୍ୟାଳୟ ଏବଂ  ଛାତ୍ରାବାସ ବନ୍ଦ କରିଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ବିଦ୍ୟାଳୟ ଏବଂ ଛାତ୍ରାବାସ ବନ୍ଦ କରି ସମ୍ପୃକ୍ତ ପରିଚାଳନା ଅର୍ଥକୁ ହଡ଼ପ କରି ସେମାନଙ୍କ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଏସମ୍ପର୍କରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories