www.samajalive.in
Saturday, December 6, 2025
15.1 C
Bhubaneswar

ଦିଶାଙ୍କ ଘରକୁ ପୁଣି ଗୁଳିମାଡ: ସାମ୍ନାକୁ ଆସିଲା ଅଭିଯୁକ୍ତର ସ୍କେଚ୍‌

ବରେଲି: ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘରକୁ ପୁଣି ଗୁଳିମାଡ ହୋଇଛି। ଆଜି ଦ୍ଵିତୀୟଥର ପୁର୍ନବାର ଉତ୍ତରପ୍ରଦେଶ ବରେଲୀସ୍ଥିତ ଘର ଉପରକୁ କେହି ଦୁର୍ବୁତ୍ତ ଗୁଳିମାଡ କରିଛନ୍ତି। ୨୫ ଘଣ୍ଟା ମଧ୍ୟ ଏହା ହେଉଛି ଦ୍ଵିତୀୟ ଗୁଳିମାଡ। ତେବେ ଅଭିଯୁକ୍ତର ସ୍କେଚ୍ ସାମ୍ନାକୁ ଆସିଥିବାବେଳେ ଧରିବାକୁ ନୋଏଡା ଓ ମିରଟରେ ଏସଟିଏଫ୍ ଟିମ୍ ଚଢାଉ ଜାରି ରଖିଛି। ତେବେ ଗୁରୁବାର ବିଳମ୍ବିତ ରାତିରେ ମଧ୍ୟ ଦିଶାଙ୍କ ଘର ଉପରକୁ ଗୁଳିମାଡ ହୋଇଥିଲା।  ଦିଶା ନିକଟରେ ହିନ୍ଦୁ ଧର୍ମଗୁରୁ ପ୍ରେମାନନ୍ଦଜୀ ମହାରାଜଙ୍କୁ ଅପମାନିତ କରିଥିବାରୁ ତାଙ୍କ ଘର ଉପରକୁ ଗୁଳିମାଡ କରାଯାଇଥିବା କୁହାଯାଇଛି। ଏହା ବଲିଉଡ କଳାକାରଙ୍କୁ ଏକପ୍ରକାର ଚେତାବନୀ। ଯଦି ଭବିଷ୍ୟତରେ କୌଣସି କଳାକାର ଏଭଳି କାର୍ଯ୍ୟର ପୁନରାବୃତ୍ତି ଘଟାନ୍ତି, ତେବେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦିଆଯାଇଛି। ହିନ୍ଦୁ ଧର୍ମର ସୁରକ୍ଷା ନିମନ୍ତେ ଆମେ ଯେକୌଣସି ସ୍ତରକୁ ଯାଇପାରୁ ବୋଲି ଏହି ସଦସ୍ୟ ଜଣକ କହିଛନ୍ତି। ଦିଶାଙ୍କ ପିତା ଜଗଦୀଶ ପଟାନି ଏ ପ୍ରସଙ୍ଗରେ ବରେଲି ଥାନାରେ ଏତଲା ଦାଏର କରିଛନ୍ତି। ଅପରପକ୍ଷରେ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ପକ୍ଷରୁ ପାଞ୍ଚଟି ଟିମ ଗଠନ କରାଯାଇଛି। ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories