ବିଷାକ୍ତ ଉଦ୍ଭିଦ ଯୋଗୁଁ ଲୋପ ପାଇଥିଲେ ଡାଏନୋସର
ଆଜି ପର୍ଯ୍ୟନ୍ତ ବିଶ୍ୱାସ କରାଯାଉଥିଲା ଯେ ଏକ କ୍ଷୁଦ୍ର ଗ୍ରହ କିମ୍ବା ଧୂମକେତୁର ପ୍ରଭାବରେ ପ୍ରାୟ ୬୫ ନିୟୁତ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ଡାଏନୋସର ବଂଶ ଲୋପ ପାଇଯାଇଥିଲା । କିନ୍ତୁ ବୈଜ୍ଞାନିକମାନେ ଏହା ପଛରେ ଥିବା ଏକ ଭିନ୍ନ କାରଣ ଖୋଜି ବାହାର କରିଛନ୍ତି । ଆଲବାନୀ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ମନସ୍ତତ୍ତ୍ୱବିତ୍ ଗର୍ଡନ ଗ୍ୟାଲପ୍ ଓ ତାଙ୍କ ଛାତ୍ର ଏମ ଜେ ଫ୍ରେଡ୍ରିକ୍ଙ୍କ ମତରେ ଧୂମକେତୁର ପ୍ରଭାବର ବହୁ ପୂର୍ବରୁ ଡାଏନୋସର ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇସାରିଥିଲେ । ସେତେବେଳେ ସୃଷ୍ଟ ଏକ ବିଷାକ୍ତ ଉଦ୍ଭିଦ ଖାଇବା ଦ୍ୱାରା ଡାଏନୋସର ମୃତୁ୍ୟ ମୁଖରେ ପଡ଼ିଥିଲେ ।