BJD Bijuli 480×75 Mob

ଦିନାକରନଙ୍କୁ ଦିଆଯାଇଥିବା ନିର୍ବାଚନ ଚିହ୍ନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

BJD Bijuli 480×75 Mob
0

ନୂଆଦିଲ୍ଲୀ : ତାମିଲନାଡରୁ ଶାସକ ଦଳ ଏଆଇଏଡିଏମ୍‌କେର ବିଦ୍ରୋହୀ ନେତା ଟିଟିଭି ଦିନାକରନଙ୍କୁ ଦିଆଯାଇଥିବା ନିର୍ବାଚନ ସଙ୍କେତ ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଏଆଇଏଡିଏମ୍‌କେରୁ ଅଲଗା ହୋଇ ଦିନାକରନ ଆମ୍ମା ମକ୍କଲ ମୁନେତ୍ରା କାଝାଗମ୍‌ (ଏଏମ୍‌ଏମ୍‌କେ) ନାମରେ ନୂଆ ଦଳ ଗଢିଛନ୍ତି। ଦିନାକରନଙ୍କ ଏହି ନୂଆ ଦଳ ଏଏମ୍‌ଏମ୍‌କେକୁ ନିର୍ବାଚନ ଲଢିବା ଲାଗି ପ୍ରେସର କୁକର ଚିହ୍ନ ଦିଆଯାଇଛି। ଦିଲ୍ଲୀ ହାଇକୋର୍ଟ ଏଏମ୍‌ଏମ୍‌କେକୁ ଏହି ନିର୍ବାଚନ ଚିହ୍ନ ଦେବା ଲାଗି ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ହାଇକୋର୍ଟଙ୍କ ଏହି ନିର୍ଦେଶ ଉପରେ ସୁପ୍ରିମକୋର୍ଟ ବୁଧବାର ରହିତାଦେଶ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱ ସୁପ୍ରିମକୋର୍ଟ ପୀଠ ଏହି ମାମଲାର ପୁନଃବିଚାର ଲାଗି ହାଇକୋର୍ଟଙ୍କୁ ନିର୍ଦେଶ ଦେଇଛନ୍ତି। ମାମଲାର ବିଚାର ପାଇଁ ଦୁଇଜଣିଆ ବିଚାରପତି ଖଣ୍ଡପୀଠ ଗଠନ କରିବାକୁ କୁହାଯାଇଛି।

Leave A Reply