www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟ ସରକାର ଦୂର କଥା, ଘର ଟିଭି ରିମୋଟ ବି ମୋ ହାତରେ ନାହିଁ : ଦିଗବିଜୟ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବିରିଷ୍ଠ ନେତା ଦିଗବିଜୟ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ୨୦୧୯ ଲୋକସଭା ନିର୍ବାଚନରେ କେନ୍ଦ୍ରରେ ବିଜେପି ହଟିବା ସହ କଂଗ୍ରେସ ସରକାର ଗଠନ କରିବ। ସାମ୍ବାଦିକ ସମ୍ମିଳନୀରେ କିଛି ସାମ୍ବାଦିକ ଆପଣଙ୍କ ହାତରେ ପ୍ରଦେଶ ସରକାର ରିମୋଟ ଅଛି କି ପ୍ରଶ୍ନ କରିଥିଲେ? ପ୍ରଶ୍ନର ଉତ୍ତରରେ ଦିଗ ବିଜୟ କହିଥିଲେ ସରକାର କଥା ଛାଡନ୍ତୁ ମୋ ଘର ଟିଭି ରିମୋଟ ବି ମୋ ହାତରେ ନାହିଁ।
ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ସ୍ମାର୍ଟ ସିଟି ପ୍ରକଳ୍ପ ବିଷୟରେ କିଛି ଜାଣିନାହାନ୍ତି। ସ୍ମାର୍ଟ ସିଟି ନାମରେ ସହରରେ ଥିବା ଗରୀବ ମାନଙ୍କର ଘର ଭଙ୍ଗା ଯାଉଛି। ସେହିପରି ରାଜ୍ୟ ସରକାର ଭାଙ୍ଗିବା ଆଶଙ୍କାକୁ ନେଇ ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ଦିଗବିଜୟ କହିଥିଲେ ବିଜେପିର କିଛି ବିଧାୟକ ମୋ ସମ୍ପର୍କରେ ଅଛନ୍ତି। ସରକାରଙ୍କ ପ୍ରତି କୌଣସି ବିପଦ ନଥିବା ସେ କହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ଦଳିୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories