www.samajalive.in
Sunday, December 7, 2025
13.1 C
Bhubaneswar

ତିରୁଚିରାପଲ୍ଲୀରେ ଉଦଘାଟିତ ହେଲା ୨ୟ ପ୍ରତିରକ୍ଷା ଶିଳ୍ପ କରିଡର

ତିରୁଚିରାପଲ୍ଲୀ : ଦେଶର ଦ୍ୱିତୀୟ ପ୍ରତିରକ୍ଷା ଶିଳ୍ପ କରିଡରକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲନାଡୁର ତିରୁଚିରାପଲ୍ଲୀଠାରେ ରବିବାର ଉଦ୍‍ଘାଟନ କରିଛନ୍ତି। ଏହି କରିଡ୍‍ରରେ ଚେନ୍ନାଇ, ହୋସୁର, ସଲେମ୍‍, କୋଇମ୍ବାଟୁରକୁ ଉତ୍ପାଦନ କେନ୍ଦ୍ରସ୍ଥଳୀଭାବେ ଯୋଡାଯାଇଛି। ଏହି ଅବସରରେ ଉଦ୍‍ବୋଧନ ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି, ସଶସ୍ତ୍ର ବାହିନୀ ପାଇଁ ଭାରତୀୟ ଶିଳ୍ପ ସଂସ୍ଥାଗୁଡିକ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକୁ ନିଶ୍ଚିତ କରିବା ଲାଗି ତାଙ୍କ ମନ୍ତ୍ରଣାଳୟ ପଦକ୍ଷେପ ନେଇଛି। ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଜରିଆରେ ସର୍ବୋତ୍ତମ ପ୍ରତିରକ୍ଷା କାରିଗରୀ ବିଦ୍ୟା ସହ ଉତ୍ପାଦନ ପାଇଁ ଉଦ୍ୟମ କରାଯାଇଛି। ଏହି କରିଡରଗୁଡିକ ଦ୍ୱାରା ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ଏବଂ ଆଞ୍ଚଳିକ ଶିଳ୍ପ କ୍ଷେତ୍ରକୁ ଏକତ୍ରିକରଣ କରାଯାଇପାରିବ ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଯୋଜନାବଦ୍ଧଭାବେ ଉତ୍ତମ ଓ ଫଳପ୍ରଦ ଶିଳ୍ପ ଆଧାର ସୃଷ୍ଟି କରାଯାଇପାରିବ ଏବଂ ଦେଶ ପାଇଁ ଏହି ଅଞ୍ଚଳରେ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ପାଇବ। ଏଠାରେ ସ୍ମରଣଯୋଗ୍ୟ, ଗତବର୍ଷ ଅଗଷ୍ଟମାସରେ ଉତ୍ତରପ୍ରଦେଶର ଆଲିଗଡଠାରେ ଦେଶର ପ୍ରଥମ ପ୍ରତିରକ୍ଷା ଶିଳ୍ପ କରିଡର ସ୍ଥାପନ ପରେ ତିରୁଚିରାପଲ୍ଲୀ ପ୍ରତିରକ୍ଷା ଶିଳ୍ପ କରିଡର ହେଉଛି ଦ୍ୱିତୀୟ ପ୍ରତିରକ୍ଷା ଶିଳ୍ପ କରିଡର।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories