www.samajalive.in
Saturday, December 6, 2025
14.1 C
Bhubaneswar

ସିଦ୍ଧୁଙ୍କୁ ଦିଗ୍‌ବିଜୟଙ୍କ ପରାମର୍ଶ , ‘ତମ ସାଥୀ ଇମରାନ୍‌ ଭାଇଙ୍କୁ ବୁଝାଇଦିଅ’!

ନୂଆଦିଲ୍ଲୀ ..- ପୁଲୁଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ବିବାଦୀୟ ମନ୍ତବ୍ୟ ଦେଇ ପୂର୍ବତନ କ୍ରିକେଟିୟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ବିବାଦରେ ଫସିଛନ୍ତି । ଏହାପରେ କଂଗ୍ରେସରୁ ତାଙ୍କୁ ବିରୋଧ କରାଯିବା ଆରମ୍ଭ ହେଲାଣି । ନବଜୋତ ସିଂ ସିଦ୍ଧୁଙ୍କୁ  କଂଗ୍ରେସର ବରିଷ୍ଠ ନେତା ଦିଗ୍‌ ବିଜୟସିଂ ଏକ ପରାମର୍ଶ ଦେଇଛନ୍ତି । ସିଦ୍ଧୁଙ୍କୁ ତାଙ୍କ ସାଥୀ ଇମରାନ୍‌ ଭାଇକୁ ବୁଝାଇଦେବା ପାଇଁ ସେ  ପରାମର୍ଶ ଦେଇଛନ୍ତି ।  ତମ ସାଥି ଇମରାନ୍‌ ଭାଇଙ୍କୁ ବୁଝାଇ ଦିଅ, ତାଙ୍କ ଯୋଗୁଁ ତମକୁ ଗାଳି ହେଉଛି ବୋଲି ଦିଗ୍‌ବିଜୟ ଉଲ୍ଲେଖ କରିଛନ୍ତି ।

- Advertisement -

ନିଜ ଟ୍ୱିଟରରେ ଦିଗ୍‌ ବିଜୟସିଂ ଏହି କଥା ଉଲ୍ଲେଖ କରିଛନ୍ତି । ପୁଲୁଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ୍‌ ସହିଦ ହୋଇଛନ୍ତି । ଏହାପରେ ସାରା ଦେଶରେ ଜନ ଆକ୍ରୋଶ ଦେଖାଦେଇଛି ।

ପୂର୍ବରୁ  ପାକିସ୍ତାନର ନିମନ୍ତ୍ରଣ ରକ୍ଷା କରି ଇମରାନ୍‌ଙ୍କ ଶପଥ ଗ୍ରହଣ ସମାରୋହକୁ ଯାଇ ସିଦ୍ଧୁ ସମାଲୋଚନା ଶିକାର ହୋଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories