www.samajalive.in
Saturday, December 6, 2025
19.1 C
Bhubaneswar

ବନ୍ଧୁକ ଛାଡ଼, ଶାନ୍ତିରେ ରୁହ – ଭାରତୀୟ ସେନା

ନୂଆଦିଲ୍ଲୀ: ପୁଲ୍‍ୱାମା ଆତଙ୍କବାଦୀ ଆକ୍ରମଣ ଏବଂ ଏହାର ପରବର୍ତ୍ତୀ ଅବସ୍ଥାରେ ହୋଇଥିବା ଏନ୍‍କାଉଣ୍ଟର ଘଟଣାକୁ ନେଇ ସେନା, ସିଆର୍‍ପିଏଫ୍‍ ଓ ଜାମ୍ମୁ କାଶ୍ମୀର ପୁଲିସ୍‍ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ସେନା ପକ୍ଷରୁ ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ସେନାପକ୍ଷରୁ କୁହାଯାଇଛି କାଶ୍ମୀରରେ ଯିଏ ବନ୍ଧୁକ ଧରିବ, ସେ ମରିବ। ସାମ୍ବାଦିକ ସମ୍ମିଳନୀରେ ସେନା ପକ୍ଷରୁ କାଶ୍ମୀରରେ ଥିବା ଆତଙ୍କବାଦୀଙ୍କ ମା’ମାନଙ୍କୁ ସେମାନଙ୍କ ପିଲାମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ପ୍ରୟାସ କରିବାକୁ ଅନୁରୋଧ କରାଯାଇଛି। ଯଦି ସେମାନେ ଏଭଳି ନକରନ୍ତି ଏବଂ ବନ୍ଧୁକ ଧରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେନାପକ୍ଷରୁ କୁହାଯାଇଛି କାଶ୍ମୀରର ସାମାଜିକ ପରମ୍ପରା ଅନୁଯାୟୀ ସେଠାରେ ମା’ମାନଙ୍କର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ। ତେଣୁ କାଶ୍ମୀରରେ ଯେଉଁ ଯୁବକମାନେ ଆତଙ୍କବାଦୀ ହୋଇଯାଇଛନ୍ତି, ସେମାନଙ୍କ ମା’ମାନଙ୍କୁ ସେନା ଅନୁରୋଧ କରୁଛି ଯେ ସେମାନେ ସେମାନଙ୍କ ପିଲାମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହନ୍ତୁ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories